ଭୁବନେଶ୍ବର: କିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଡ. ଚିତ୍ତରଞ୍ଜନ ମିଶ୍ର ସଭାପତିତ୍ୱ କରିଥିବାବେଳେ ପୂର୍ବତନ ରେଡ୍କ୍ରସ ସଂପାଦକ ଡ. ମଙ୍ଗଳା ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଓ ପୂର୍ବତନ ସ୍ୱତନ୍ତ୍ର ଅର୍ଥ ସଚିବ ନିଧି କୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଉପସ୍ଥିତ ଅତିଥିମାନେ ନିୟମିତ ଅଭ୍ୟାସ ତଥା ଦୃଢ଼ ଇଚ୍ଛାଶକ୍ତି ଥିଲେ ଛାତ୍ରଛାତ୍ରୀ କିପରି ସଫଳ ହେବେ ସେ ନେଇ ବକ୍ତବ୍ୟ ଦେଇଥିଲେ। ଆଧୁନିକ ଜ୍ଞାନ କିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିବ, ସେଥିପ୍ରତି ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଆଗ୍ରହ ଏକାନ୍ତ ଆବଶ୍ୟକ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଚିତ୍ତ ରଞ୍ଜନ ମିଶ୍ର ମତପ୍ରକାଶ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସ୍ୱାଗତ ଭାଷଣ ଓ ଉପାଧ୍ୟକ୍ଷ ଡ. ରୁଦ୍ର ମୋହନ ନନ୍ଦ ଧନ୍ୟବାଦ ଦେଇଥିଲେ।
Follow Us