କର୍ଣ୍ଣାଟକୀ ସଙ୍ଗୀତରେ ବେହେଲା ବାଦନ

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା

କର୍ଣ୍ଣାଟକୀ ସଙ୍ଗୀତରେ ବେହେଲା ବାଦନ

ଭୁବନେଶ୍ୱର: ‘ସୃଜନ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସନ୍ଧ୍ୟା। କଥକ ନୃତ୍ୟଶିଳ୍ପୀ ରାଜେନ୍ଦ୍ର ଗଙ୍ଗାନୀଙ୍କ କଥକ ନୃତ୍ୟରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଜଗନ୍ନାଥଙ୍କ ଜଣାଣ ସାଙ୍ଗକୁ ଦେବୀ ଦୁର୍ଗାଙ୍କ ଶକ୍ତିକୁ ନୃତ୍ୟରେ ଭେଟି ଦେଇଥିଲେ ଶିଳ୍ପୀ। । ପରେ ଜୟଦେବଙ୍କ ଗୀତ ଗୋବିନ୍ଦରେ ତାଙ୍କର ନୃତ୍ୟାଭିନୟ ବେଶ୍‌ ମନଛୁଆଁ ହୋଇଥିଲା। ପରବର୍ତୀ ପ୍ରସ୍ତୁତି ଥିଲା ଆମ୍ଭି ସୁବ୍ରମଣ୍ୟମ୍‌ଙ୍କ ଦ୍ୱାରା କର୍ଣ୍ଣାଟକୀ ସଙ୍ଗୀତରେ ବେହେଲା ବାଦନ। ରାଗ ଆଭୋଗି ଓ ଚାରୁକେଶୀ ପଲ୍ଲବୀକୁ ବେହେଲାରେ ପରିବେଷଣ କରିଥିଲେ। ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି, ନୃତ୍ୟଶିଳ୍ପୀ ପ୍ରଣତି ମହାନ୍ତି ଅତିଥି ଭାବେ ଯୋଗଦେଇ ଆଜିର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ‘ସୃଜନ’ର ନିର୍ଦେଶକ ରତିକାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ଡ.ମୃତୁଞ୍ଜୟ ରଥ ଏବଂ ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe