ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ପଞ୍ଚୁପଲ୍ଲୀରୁ କେନିଆ ସଂସଦର ସାଂସଦ। ଏପରି ସଫଳତା ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ତଥା ଡାକ୍ତର ସ୍ୱରୂପ ରଂଜନ ମିଶ୍ର। କେନିଆରେ ହୋଇଥିବା ସାଧାରଣ ନିର୍ବାଚନରେ ଡା. ମିଶ୍ର ଜୁବିଲି ପାର୍ଟି ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ। କେସେସ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଇସାକ୍ ଟେରର୍ଙ୍କୁ ପରାସ୍ତ କରିଥିଲେ। ଏହି ଅବସରରେ ଆସନ୍ତା ୧୫ ତାରିଖ ସନ୍ଧ୍ୟା ୬ଟାରେ ‘ସମ୍ବାଦ’ ପକ୍ଷରୁ ଇଡ୍କଲ୍ ଅଡିଟୋରିୟମ୍ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଧିତ କରାଯିବ। ସୂଚନାଯୋଗ୍ୟ ଯେ, ଡ. ମିଶ୍ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ କେନିଆର ମେଡି-ହିଲ୍ ହସ୍ପିଟାଲ୍ ଓ ଫ୍ରାଟେର୍ନିଟି ସେଣ୍ଟର୍ରେ କାର୍ଯ୍ୟରତ। ଡା. ମିଶ୍ର ତାଙ୍କର ଏମ୍ବିବିଏସ୍ ଡିଗ୍ରି ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜରୁ ହାସଲ କରିଛନ୍ତି। ପରେ ସେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ୍ରେ କାମ କରୁଥିଲେ। ୧୯୯୭ରେ ସେ ତାଙ୍କ ପତ୍ନୀଙ୍କ ସହିତ କେନିଆ ଚାଲିଯାଇଥିଲେ। ୧୯୯୯ ମହାବାତ୍ୟା ସେ ତାଙ୍କ ଗାଁ ପଞ୍ଚୁପଲ୍ଲୀରେ ପହଞ୍ଚି ଗ୍ରାମବାସୀଙ୍କୁ ସହାୟତାରେ ହାତ ବଢ଼ାଇଥିଲେ।
କେନିଆର ଓଡ଼ିଆ ସାଂସଦ ଡା. ସ୍ୱରୂପ ରଂଜନ ମିଶ୍ରଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଧନା ୧୫ରେ
Advertisment
Follow Us