ହାଇକୋର୍ଟରେ ଖଣ୍ଡଗିରି ଜବରଦଖଲ ମାମଲା: ଖୋର୍ଦ୍ଧା ଜିଲ୍ଲାପାଳ, ଡିସିପି ଓ ଏଏସ୍‌ଆଇ ଅଧିକାରୀ ହାଜର

Advertisment

ଖଣ୍ଡଗିରି ଗୁମ୍ଫାର ବିଭିନ୍ନ ସ୍ଥାନର ଜବରଦଖଲ ଉଚ୍ଛେଦ ପାଇଁ ଏଏସ୍‌ଆଇ (ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା) ପକ୍ଷରୁ ନଭେମ୍ବର ୮ରେ ନୋଟିସ୍ ଜାରି କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ

ଖଣ୍ଡଗିରି ଗୁମ୍ଫାର ବିଭିନ୍ନ ସ୍ଥାନର ଜବରଦଖଲ ଉଚ୍ଛେଦ ପାଇଁ ଏଏସ୍‌ଆଇ (ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା) ପକ୍ଷରୁ ନଭେମ୍ବର ୮ରେ ନୋଟିସ୍ ଜାରି କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ

khandagiri

କଟକ: ଖଣ୍ଡଗିରି ଗୁମ୍ଫାର ବିଭିନ୍ନ ସ୍ଥାନର ଜବରଦଖଲ ଉଚ୍ଛେଦ ପାଇଁ ଏଏସ୍‌ଆଇ (ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା) ପକ୍ଷରୁ ନଭେମ୍ବର ୮ରେ ନୋଟିସ୍ ଜାରି କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ‌ଏଏସ୍‌ଆଇ ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏପରି ତଥ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କ ତରଫରୁ ଅଧିକ ସମୟ ‌ଲୋଡ଼ାଯାଇଛି। ମାମଲାର ଶୁଣାଣି ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ବର ଡିସିପି ବ୍ୟକ୍ତିଗତ ଭାବେ ‌ହାଜର ହୋଇଥିଲେ। ଜବରଦଖଲକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। କେତେକଙ୍କୁ ଚିହ୍ନଟ କରାଯାଇଛି ବୋଲି ଜିଲ୍ଲାପାଳ ଦର୍ଶାଇଥିଲେ। ଉଚ୍ଛେଦ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ପ୍ରଦାନ କରାଯାଉ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟାରିକେଡ୍ ଯୋଗୁଁ ବହୁ ଶ୍ରଦ୍ଧାଳୁଙ୍କୁ ଖଣ୍ଡଗିରିରେ ଥିବା ନିର୍ଦ୍ଦିଷ୍ଟ ଧାର୍ମିକସ୍ଥଳରେ ପହଞ୍ଚିବାରେ ଅସୁବିଧା ହେଉଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

ଏହି ପ୍ରସଂଗକୁ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟ ଶ୍ରୀ ଖଣ୍ଡଗିରି ଉଦୟଗିରି ଦିଗମ୍ବର ଜୈନ ସିଦ୍ଧକ୍ଷେତ୍ର ପକ୍ଷରୁ ଦାୟର ଦୁଇ ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୧୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ଖଣ୍ଡଗିରି ଓ ଉଦୟଗିରିର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଦୁଇ ଅତିରିକ୍ତ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେପ୍ଟେମ୍ବର ୨୨ରେ ଉଭୟ ଏଜିଏ ଖଣ୍ଡଗିରି ଗୁମ୍ଫାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ସହିତ ଖଣ୍ଡଗିରି ଗୁମ୍ଫାର ଭିଡିଓ ଓ ଫଟୋଗ୍ରାଫ ଦାଖଲ କରିଥିଲେ। କେତେକ ସ୍ଥାନରେ ଜବରଦଖଲ ରହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଶ୍ୟାମାନନ୍ଦ ମହାପାତ୍ର, ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଡିଏସ୍‌ଜିଆଇ ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe