ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ୨ ନାଟକ ବଦଳିଲା, କାଲି ବଦଳିବ ଆଉ ୨

Advertisment
ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ୨ ନାଟକ ବଦଳିଲା, କାଲି ବଦଳିବ ଆଉ ୨

ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରା ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ଶେଷାର୍ଧରେ ପହଞ୍ଚିଛି। ୪ ଦିନ ଧରି ଗୋଟିଏ ନାଟକକୁ ରିପିଟ୍‌ କରିବା ପରେ ଶେଷାର୍ଧରେ ନାଟକ ବଦଳେଇଛନ୍ତି ୨ଟି ପାର୍ଟି। ବରମୁଣ୍ଡା ଦୁର୍ଗାମଣ୍ଡପ ପଡ଼ିଆରେ କାଇଁଚ ମାଳି ପରେ ‘ବଦନାମ ହେଲି ତୋ’ରି ପାଇଁ’ ମଞ୍ଚସ୍ଥ ହୋଇଛି। ସେହିଭଳି ଘାଟିକିଆ ପଡ଼ିଆରେ ‘ବାଘାଯତୀନ’ କାହାଣୀ କାନ୍ଦୁଚି ଆଖି ଲୁଚେଇ ୪ଦିନ ଧରି ନାଟକ ମଞ୍ଚସ୍ଥ କରିବା ପରେ ଆଜି ‘ମୁଁ ପାକିସ୍ତାନୀ ଝିଅ’ ନାଟକ ମଞ୍ଚସ୍ଥ କରିଛି। ଅନ୍ୟ ୪ଟି ପାର୍ଟି ମଧ୍ୟରୁ ଆସନ୍ତାକାଲି ପୁଣି ତାଙ୍କର ରିପିଟ୍‌ ନାଟକରୁ ମୁହଁ ଫେରାଇ ନୂଆ ନାଟକ ମଞ୍ଚସ୍ଥ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଜାଗମରା ମେଳଣ ପଡ଼ିଆରେ ଇଷ୍ଟର୍ଣ୍ଣ ରେଡ୍‌ ୪ ଦିନ ଧରି ‘ପାଞ୍ଚ ପଇସାର ସ୍ୱାମୀ’ ମଞ୍ଚସ୍ଥ କରିବା ପରେ ଆସନ୍ତାକାଲିଠୁ ନାଟକ ପରିବର୍ତନ କରିବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ଇଷ୍ଟର୍ଣ୍ଣ ରେଡ୍‌ର ଆଉ ଏକ ଚର୍ଚିତ ନାଟକ ‘ସୀତା ସ୍ୱୟମ୍ବର ବାକି ରହିଛି’ ମଞ୍ଚସ୍ଥ ହେବ ବୋଲି କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ସାହୁ ଏବଂ ସମ୍ପାଦକ ମହେନ୍ଦ୍ର କୁମାର ଗୁରୁ ସୂଚନା ଦେଇଛନ୍ତି। ମହତାବ ପେଣ୍ଡାଲ୍‌ରେ ‘ଯାତ୍ରାଶ୍ରୀ ବିଶ୍ୱ ଦରବାର’ ଗୁପ୍ତ ସମ୍ପର୍କ ନାଟକରୁ ବେଶ୍‌ ବାଃବାଃ ସାଉଁଟିଥିଲେ ହେଁ ଶେଷରେ ନାଟକ ପରିବର୍ତନ କରିବାକୁ ମନସ୍ଥ କରିଛି। ଆସନ୍ତାକାଲି ଶେଷ ରାତିରେ ନାଟକ ‘ଦୁନିଆ କହିବ ସ୍ୱାମୀ କାହାର’ ନାଟକ ମଞ୍ଚସ୍ଥ ହେବ ବୋଲି କହିଛନ୍ତି ସଭାପତି କୃଷ୍ଣଚନ୍ଦ୍ର ଜେନା (କୁନା) ଏବଂ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ (ବାବିନ) ସୂଚନା ଦେଇଛନ୍ତି। କେସିଏ ପଡ଼ିଆରେ ୨ଟି ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଦୁଇ ପାର୍ଟି ନିଜର ସେଇ ଏକା ନାଟକ ରିପିଟ୍‌ କରିଛନ୍ତି। ଅପେରା ଗ୍ରେଟ୍‌ ଇଷ୍ଟର୍ଣ୍ଣ ‘କଳାପାଣିର କଳାବତୀ’କୁ ରିପିଟ୍‌ କରିଥିବା ବେଳେ ଯାତ୍ରା ଗାଁ ମଧ୍ୟ ‘ବାଃ ବାଃରେ ଉପରବାଲା’ ନାଟକ ରିପିଟ୍‌ କରିବ। ସଂପ୍ରତି ୬ଟି ପେଣ୍ଡାଲ୍‌ରେ ଯାତ୍ରା ଚାଲିଥିବା ବେଳେ ୩୧ରୁ ୭ଟି ପେଣ୍ଡାଲ୍‌ରେ ନାଟକ ମଞ୍ଚସ୍ଥ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe