ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ନଚଉଛି ସୁକୁଟି ସାହୁ

Advertisment
ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ନଚଉଛି ସୁକୁଟି ସାହୁ

ଭୁବନେଶ୍ୱର : ଧୀରେଧୀରେ ଜମୁଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ। ଖଣ୍ଡଗିରି କୁମ୍ଭମେଳାକୁ ୫ ଦିନ ପୂରିଯାଇଥିବା ବେଳେ ଯାତ୍ରାଦଳ ୪ର୍ଥ ରାତିରେ ସେଇ ଗୋଟିଏ ନାଟକକୁ ନେଇ ମଞ୍ଚକୁ ଓହ୍ଲାଇଛନ୍ତି। କାହାଣୀ ମନ ଛୁଉଁଥିବା ବେଳେ ଯାତ୍ରା ତାରକାଙ୍କ ଅଭିନୟରେ ମଜ୍ଜୁଛନ୍ତି ରସିକ ଦର୍ଶକ। ତେବେ ହାଇ ମେଲୋଡିୟସ୍‌ ମେଲୋଡି ଏବଂ ଷ୍ଟେଜ୍‌ ବ୍ଲାଷ୍ଟିଂ ରେକର୍ଡ ଡ୍ୟାନ୍‌ସରେ ରାତି ଅଧରେ ମତୁଆଲା ହେଉଛନ୍ତି ଦର୍ଶକ। ଏଥର ପ୍ରତି ପେଣ୍ଡାଲ୍‌ରେ ମନ ଜିଣୁଛି ‘ସୁକୁଟି ସାହୁ ଏଞ୍ଜେଲ୍‌ ପ୍ରିୟା’। ପ୍ରତି ପେଣ୍ଡାଲ୍‌ରେ ଏହି ଗୀତରେ ନୃତ୍ୟ ଏକ ନିଆରା ହାସ୍ୟରୋଳ ସୃଷ୍ଟି କରୁଥିବା ବେଳେ ଜବରଦସ୍ତ ସଂଗୀତର ତାଳେତାଳେ ନୃତ୍ୟ ମନ ମୋହୁଛି।

ଟାଇଗର୍‌ ଜିନ୍ଦା ହୈ ଚଳଚ୍ଚିତ୍ରର ‘ସ୍ୱାଗ୍‌ ସେ କରେଁଗେ ସବ୍‌କୋ ସ୍ୱାଗତ..ଗୀତ ହେଉକି ‘ମାହିରେ...ଗୀତ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି। ଏଥିସହିତ ସମ୍ବଲପୁରୀ ରିମିକ୍ସ ସଂଗୀତର ମେଲୋଡି ମନ ହରୁଛି। ଏହା ବ୍ୟତୀତ ଏଥର ଦୁଇଟି ନାଟକରେ ଆଦିବାସୀ ଝଲକ ଦେଖିବାକୁ ମିଳିଛି। ଅପେରା ଗ୍ରେଟ୍‌ ଇଷ୍ଟର୍ଣ୍ଣର ନାଟକ ‘କଳାପାଣିର କଳାବତୀ’ରେ ଇଣ୍ଡୋନେସିଆର ଆଦିବାସୀଙ୍କ କଥାର ଝଲକ ଦେଖିବାକୁ ମିଳିଥିବା ବେଳେ ‘ଗୁପ୍ତ ସମ୍ପର୍କ’ରେ ମଧ୍ୟ ଆଦିବାସୀ ଭାଷା ଓ ସଂସ୍କୃତିର ଝଲକ ଦିଶିଛି। ବରିଷ୍ଠ କଳାକାରଙ୍କ ସଂଳାପରେ ଦର୍ଶକ ମଜୁଥିବା ବେଳେ ଯୁବପିଢ଼ିର ବହୁ ନୂଆନୂଆ କଳାକାର ନିଜର ଦବଦବା ଦେଖାଇ ଦର୍ଶକଙ୍କଠୁ ବାଃବାଃ ସାଉଁଟିଛନ୍ତି। ସଂପ୍ରତି ମହତାବ ପେଣ୍ଡାଲ୍‌, ଘାଟିକିଆ ପଡ଼ିଆ, ଜାଗମରା ମେଳଣ ପଡ଼ିଆ, ବରମୁଣ୍ଡା ଦୁର୍ଗାମଣ୍ଡପ ପଡ଼ିଆ, ଖଣ୍ଡଗିରି କେସିଏ ପଡ଼ିଆରେ (୨ଟି) ନାଟକ ପ୍ରଦର୍ଶିତ ହେଉଛି। ୩୧ ତାରିଖରେ ଆଉ ୭ଟି ଦଳ ସହ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ପେଣ୍ଡାଲ୍‌ରେ ଯାତ୍ରା ବଜାର ସରଗରମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe