୫ରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ: ପ୍ରଥମେ ମଇଦାନକୁ ଆସିବେ କୋଣାର୍କ, କଳିଙ୍ଗ

Advertisment
୫ରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ: ପ୍ରଥମେ ମଇଦାନକୁ ଆସିବେ କୋଣାର୍କ, କଳିଙ୍ଗ

YouTube

ଭୁବନେଶ୍ବର: ଖଣ୍ଡଗିରି କୁମ୍ଭମେଳାରେ ସାଧୁସନ୍ଥଙ୍କ ଭିଡ଼ ବଢ଼ିଛି। ସାଧୁଙ୍କ ଆଶୀର୍ବାଦ ନେବାକୁ ବିପୁଳ ଜନ ସମାଗମ ମଧ୍ୟ ହେଉଛି। ତେବେ ବହୁ ପ୍ରତୀକ୍ଷିତ ଖଣ୍ଡଗିରି ଯାତ୍ରା ଆସନ୍ତା ୫ ତାରିଖରୁ ଆରମ୍ଭ ହେବ। ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପ୍ରଥମ ପାଦ ରଖିବେ ଦୁଇ ହେଭି ୱେଟ୍‌ କୋଣାର୍କ ଗଣନାଟ୍ୟ ଓ କଳିଙ୍ଗ ଗଣନାଟ୍ୟ। ସନାତନ ସେବା ସମିତି ପକ୍ଷରୁ ଘାଟିକିଆ ପଡ଼ିଆରେ କୋଣାର୍କ ଗଣନାଟ୍ୟ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକ ନେଇ ମଇଦାନକୁ ଓହ୍ଲାଇବ। ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ସମେତ ରୁଦ୍ର, ଜିତୁ, ନଳିନୀ, ପୂଜା ଓ ମିଟୁନାଙ୍କ ଭଳି କଳାକାରଙ୍କ ଅଭିନୟ ଦର୍ଶକ ଦେଖିବାକୁ ପାଇବେ। ଇନ୍ଦିରା ସାଂସ୍କୃତିକ ପରିଷଦ ପକ୍ଷରୁ କଳିଙ୍ଗ ପେଣ୍ଡାଲ୍‌ ପଡ଼ିଆରେ ‘କଳିଙ୍ଗ ଗଣନାଟ୍ୟ’ ତା’ର ନାଟକ ‘ଶ୍ରାବଣ ମାସର ଶେଷ ରାତି’ ନେଇ ପ୍ରବେଶ କରିବ। ତେବେ ଆସନ୍ତା ୬ ତାରିଖରୁ ଆଉ ୨ଟି ପାର୍ଟି ମଇଦାନକୁ ଓହ୍ଲାଇବେ। ମହତାବ ପେଣ୍ଡାଲ୍‌କୁ ‘ଯାତ୍ରା ମା‌ୟାନଗରୀ’ ଆସୁଥିବା ବେଳେ ଜାଗମରା କେସିଏ ପଡ଼ିଆକୁ ‘ସ୍ବପ୍ନ ମହଲ’ ଆସିବ। ଆସନ୍ତା ୧୦ରୁ ଆଉ ୨ ପାର୍ଟି ଯାତ୍ରା ମହୋତ୍ସବରେ ସାମିଲ ହେବେ। ଜାଗମରା ମେଳଣ ପଡ଼ିଆକୁ ‘ରାଜଧାନୀ ଅପେରା’ ‘ଲକ୍ଷେ ଶିବ ପୂଜି ପାଇଛି ତତେ’ ନାଟକ ନେଇ ଆସୁଥିବା ବ‌େଳେ କେସିଏ ପଡ଼ିଆ (୨)କୁ ‘ମାୟାବିନୀ ମୌସୁମୀ’ ନାଟକ ନେଇ ଆସିବ ଅପେରା ‘ସୂର୍ଯ୍ୟମନ୍ଦିର’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe