ଖଣ୍ଡଗିରି: ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡିଗିରି ମାଘମେଳା। ମେଳାର ଅବ୍ୟବହିତ ପୂର୍ବରୁ ଖଣ୍ଡଗିରି ପାଦଦେଶ ସାଧୁମୟ ହୋଇଉଠିଛି। ରାଜ୍ୟ ଓ ରାଜ୍ୟ ବାହାରର ସାଧୁସନ୍ଥଙ୍କ ପୂଜାପାଠ ଓ ମନ୍ତ୍ରୋଚ୍ଚାରଣରେ ୯ଦିନ ଧରି ଖଣ୍ଡଗିରି ପ୍ରକମ୍ପିତ ହେବ। ନିଜନିଜ ଆସ୍ଥାନକୁ ସଫାସୁତରା କରିବା ସହିତ କୁଣ୍ଡକୁ ମାଟି ଲେପି ଧୁନି ଆରମ୍ଭ କରିଛନ୍ତି ସାଧୁମାନେ। ମା’ ବାରଭୁଜା ପୀଠ ତଳେ, ଦେବସଭା, ଶିବଗିରି, ଗୁପ୍ତଗଙ୍ଗା ଚାରିଆଡ଼େ ସାଧୁସନ୍ଥଙ୍କ ମେଳି ଦେଖିବାକୁ ମିଳିଛି। କିଏ ଯଜ୍ଞକୁଣ୍ଡ ସ୍ଥାପନ କରୁଛନ୍ତି ତ ପୁଣି କିଏ ଧୁନି ପାଇଁ ସରଞ୍ଜାମ ଯୋଗାଡ଼ କରୁଛନ୍ତି। କିଛି ସାଧୁ ଅଗମ୍ୟ ସ୍ଥାନକୁ ଚଢ଼ି ନିଜର ଆସ୍ଥାନ ଜମାଇଛନ୍ତି। ଆସନ୍ତାକାଲି ପ୍ରଥମେ ପଞ୍ଚତୀର୍ଥ ପୁଷ୍କରିଣୀରେ ସାଧୁସନ୍ଥ ବୁଡ଼ ପକାଇବା ସହ ଧୁନି ଜାଳି ଯଜ୍ଞ କାର୍ଯ୍ୟ ଆରମ୍ଭ କରିବେ। ପରମ୍ପରା, ବିଧି ଓ ବିଶ୍ବାସ ଅନୁସାରେ ପବିତ୍ର ମାଘ ସପ୍ତମୀରେ ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତମାନସ ପାଠ ଯୋଗୁ ସମଗ୍ର ଖଣ୍ଡଗିରି ପାହାଡ଼ ଆଧ୍ୟାତ୍ମିକତାରେ ଶିହରିତ ହେବ। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳିବ ଅଖଣ୍ଡ ଯଜ୍ଞ। ଦିନରେ ମନ୍ତ୍ରଧ୍ବନି, ସଞ୍ଜ ନଇଁଲେ ଜମିବ ଭଜନ କୀର୍ତ୍ତନ। ଆସନ୍ତା ୯ ଦିନ ପାଇଁ ମହାତୀର୍ଥରେ ପରିଣତ ହେବ ଖଣ୍ଡଗିରି। ମା’ ବାରଭୁଜାଙ୍କ ପାଖରେ ଖଣ୍ଡଖିରି ଭୋଗ ଲାଗିହେବ। ହୋମକୁଣ୍ଡରେ ଅଗ୍ନି ସ୍ଥାପନ ହେବ ଏବଂ ଏହି ଅଖଣ୍ଡ ହୋମକୁଣ୍ଡ ୯ ଦିନ ପର୍ଯ୍ୟନ୍ତ, ଅର୍ଥାତ୍ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରଜ୍ଜ୍ବଳିତ ରହିବ।
Weekly Horoscope 2026 Jan 25 to Jan 31: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଆଜି ଖଣ୍ଡଗିରିରେ ତିନିଶହରୁ ଅଧିକ ସାଧୁସନ୍ଥଙ୍କ ମେଳି ଦେଖିବାକୁ ମିଳିଥିଲା। ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ଟେଣ୍ଟ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସାଧୁମାନେ ଅଧିକ ଟେଣ୍ଟ ପାଇଁ ଦାବି କରିବା କାରଣରୁ କିଛି ସମୟ ଧରି ଖଣ୍ଡଗିରି ପାଦଦେଶରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ନିଜ ମନମୁତାବକ ଆସ୍ଥାନଟିଏ ଯୋଗାଡ଼ କରିବାକୁ ସାଧୁସନ୍ଥମାନେ ନିଜ ଚେଲାଙ୍କ ସହିତ ଘୂରି ବୁଲୁଥିଲେ। ଅନୁରୂପ ଭାବେ ଖଣ୍ଡଗିରି ପାହାଡ଼ରେ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥାନରୁ ବୁଦା ଓ ଆବର୍ଜନା ସଫା କରାଯାଇ ବ୍ଲିଚିଂଗୁଣ୍ଡ ଛିଞ୍ଚାଯାଇଛି।
ମେଳାରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଅସ୍ଥାୟୀ ବିଦ୍ୟୁତ୍ ଯୋଗାଣ ଓ ଆଲୋକୀକରଣ, ମେଳା ଅଞ୍ଚଳରେ ପରିମଳ ବ୍ୟବସ୍ଥା, ଅସ୍ଥାୟୀ ପାଇଖାନା ବ୍ୟବସ୍ଥା ପାଇଁ କାମ ଜୋର୍ସୋର୍ରେ ଅଗେଇ ଚାଲିଛି। ସୁରକ୍ଷା ଦୃଷ୍ଟିରୁ ୨୪ଘଣ୍ଟିଆ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର ସହ ୩ଟି ଆମ୍ବୁଲାନ୍ସ ମୁତୟନ ରହିବ। ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଦମକଳ ନିୟୋଜିତ ରହିବ। ୧୦୦ରୁ ଅଧିକ ସିସି କ୍ୟାମେରା ନଜରରେ ମେଳା ଅଞ୍ଚଳ ରହିବ। ସେହିଭଳି ମେଳା ପୂର୍ବରୁ ବିଭିନ୍ନ ଷ୍ଟଲ୍ରେ ବିକ୍ରିବଟା ଆରମ୍ଭ ହୋଇଥିବା ବେଳେ କିଛି ଷ୍ଟଲ୍ନିର୍ମାଣପାଇଁ ବାଉଁଶ ଭିଡ଼ାରେ ଦୋକାନୀମାନେ ଲାଗିଛନ୍ତି। ଅନୁରୂପ ଭାବେ ଯାତ୍ରା ପେଣ୍ଡାଲ ପାଇଁ ବାଉଁଶ ବନ୍ଧା ପରେ ପାଲ ଘେରା ଚାଲିଛି।
ରାଣୀହଂସପୁରରେ ବିଜେ କରିବେ ଅନନ୍ତକେଶରୀ
ପ୍ରଭୁ ଅନନ୍ତକେଶରୀ ଏକ ବିରାଟ ପଟୁଆରରେ ରାଣୀହଂସପୁରକୁ ବିଜେ କରିବେ। ପ୍ରଥମେ ଜାଗମରା ଗାଁ ନାଗାମଠରୁ ଅନନ୍ତକେଶରୀଙ୍କୁ ସୁସଜ୍ଜିତ ବିମାନରେ ସଂକୀର୍ତ୍ତନ, ଘୋଡ଼ାନାଚ, ଷଣ୍ଢନାଚ, ସମ୍ବଲପୁରୀ ବାଜାର ରୋଶଣିରେ ଗାଁ ପରିକ୍ରମା କରାଯିବ। ପରେ ପ୍ରଭୁଙ୍କୁ ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଅଣାଯିବ। ସେଠାରେ ଭୋଗରାଗ, ପୂଜାର୍ଚ୍ଚନା କରାଯିବା ପରେ ପୁଣି ରାତିରେ ହିଁ ସେ ନାଗାମଠକୁ ପ୍ରତ୍ୟାବର୍ତ୍ତନ କରିବେ। ଗ୍ରାମଲୋକଙ୍କ କହିବା କଥା, ୧୯୧୨ ମସିହାରେ ଅନନ୍ତକେଶରୀ ଜାଗମରା ଗ୍ରାମକୁ ଯାଇଥିଲେ। ଏହି ମେଳା ତାଙ୍କର। ତେଣୁ ସେ ଖଣ୍ଡଗିରି ଆସିବା ପରେ ହିଁ ମାଘମେଳା ଆରମ୍ଭ ହୁଏ। ଏହାପରେ ବିଶ୍ବଶାନ୍ତି ଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ।
Australian Open: ଅଷ୍ଟ୍ରେଲିଆନ୍ ଓପନ୍: ଚତୁର୍ଥ ରାଉଣ୍ଡ୍ରେ ସିନ୍ନର, ଜୋକୋଭିକ୍
ଦେଖାଯାଉନାହାନ୍ତି କୌଳିକ ବୃତ୍ତିଧାରୀ କାରିଗର
ପୂର୍ବରୁ ଖଣ୍ଡଗିରି ମେଳା ଅବସରରେ ଡାଲା, କୁଲା, ତାଟି ପ୍ରସ୍ତୁତ କରୁଥିବା ବାଉଁଶ କାରିଗର; ମାଟିହାଣ୍ଡି, ମାଟିର ସାମଗ୍ରୀ ତିଆରି କରୁଥିବା କୁମ୍ଭାର, ପନିକି ସମେତ ଲୁହା ଉପକରଣ ତିଆରି କରୁଥିବା କମାର; ଖଟ, ଚୌକି ତିଆରି କରୁଥିବା କାଠ କାରିଗରଙ୍କ ସମାଗମ ହେଉଥିଲା। କଣ୍ଟିଲୋ, ଆଠଗଡ଼, ଢେଙ୍କାନାଳ ସମେତ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ କୌଳିକ ବୃତ୍ତିଧାରୀ କାରିଗରମାନେ ଆସୁଥିଲେ। ସ୍ଥାନୀୟ ଲୋକେ ମଧ୍ୟ ବର୍ଷତମାମ ବ୍ୟବହାର କରୁଥିବା ସାମଗ୍ରୀ ଏହି ମେଳାରୁ କିଣୁଥିଲେ। ଖଣ୍ଡଗିରି କୁମ୍ଭମେଳା କୌଳିକ ବୃତ୍ତିଧାରୀଙ୍କୁ ଗ୍ରାହକ ଏବଂ ସ୍ଥାନୀୟ ଅଧିବାସୀଙ୍କୁ ସେମାନଙ୍କ ଆବଶ୍ୟକ ସାମଗ୍ରୀ କ୍ରୟ ପାଇଁ ବଜାର ଦେଉଥିଲା। ୨୦୦୪ ମସିହା ପରଠାରୁ ଏହି ସ୍ଥିତି ପରିବର୍ତ୍ତନ ହେଲା। ବିଏମ୍ସି ପିଣ୍ଡିର ମୂଲ୍ୟ ନିର୍ଦ୍ଧାରଣ କରି ବିକ୍ରି କରିବା ଫଳରେ ପାରମ୍ପରିକ ଛୋଟ କାରିଗରଙ୍କ ସ୍ଥାନ ବଡ଼ ବ୍ୟବସାୟୀମାନେ ନେଲେ। କୌଳିକ ବୃତ୍ତିଧାରୀ କ୍ଷୁଦ୍ର କାରିଗର ତଥା ବ୍ୟବସାୟୀମାନେ ପ୍ରଭାବିତ ହେଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/25/gjdgjgdjbcnbn-2026-01-25-02-49-15.jpg)