ଦିନକ ପରେ ଖଣ୍ଡଗିରି ମେଳା: ଜପ ତପରେ କମ୍ପିବ ତପୋଭୂମି, ୫ରୁ ଐରଖ‌ାରବେଳ ମହୋତ୍ସବ

Advertisment

ଏଥର ଜମିବ ଖଣ୍ଡଗିରି କୁମ୍ଭମେଳା। ଯାତ୍ରା ମହାସମର ସହ ତାଳ ଦେଇ ମଞ୍ଚ ଦୁଲୁକାଇବ ଐରଖ‌ାରବେଳ ମହୋତ୍ସବ। ୪ ତାରିଖରୁ ଖଣ୍ଡଗିରି ମେଳା ଆରମ୍ଭ ହେଉଥିବା ବେଳେ ୫ ତାରିଖରୁ ଖଣ୍ଡଗିରି ପାନ୍ଥିକାରେ ତିନିଦିନିଆ ଐରଖ‌ାରବେଳ ମହୋତ୍ସବ ଅନୁଷ୍ଠିତ ହେବ।

ଏଥର ଜମିବ ଖଣ୍ଡଗିରି କୁମ୍ଭମେଳା। ଯାତ୍ରା ମହାସମର ସହ ତାଳ ଦେଇ ମଞ୍ଚ ଦୁଲୁକାଇବ ଐରଖ‌ାରବେଳ ମହୋତ୍ସବ। ୪ ତାରିଖରୁ ଖଣ୍ଡଗିରି ମେଳା ଆରମ୍ଭ ହେଉଥିବା ବେଳେ ୫ ତାରିଖରୁ ଖଣ୍ଡଗିରି ପାନ୍ଥିକାରେ ତିନିଦିନିଆ ଐରଖ‌ାରବେଳ ମହୋତ୍ସବ ଅନୁଷ୍ଠିତ ହେବ।

cffvcdg

ଖଣ୍ଡଗିରି: ଏଥର ଜମିବ ଖଣ୍ଡଗିରି କୁମ୍ଭମେଳା। ଯାତ୍ରା ମହାସମର ସହ ତାଳ ଦେଇ ମଞ୍ଚ ଦୁଲୁକାଇବ ଐରଖ‌ାରବେଳ ମହୋତ୍ସବ। ୪ ତାରିଖରୁ ଖଣ୍ଡଗିରି ମେଳା ଆରମ୍ଭ ହେଉଥିବା ବେଳେ ୫ ତାରିଖରୁ ଖଣ୍ଡଗିରି ପାନ୍ଥିକାରେ ତିନିଦିନିଆ ଐରଖ‌ାରବେଳ ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ପାନ୍ଥିକା ବୁକିଂ ହେବା ସହ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋ‌ଇଛି। ଅନ୍ୟପଟେ ମେଳା ପାଇଁ ବ୍ୟବସାୟୀମାନେ ବିଏମ୍‌ସିକୁ ବଇନା ଦେଇସାରିଲେଣି। କିଛି ଚିହ୍ନଟ ସ୍ଥାନରେ ପାଲ ବନ୍ଧାହେଲାଣି। ପାହାଡ଼ ତଳେ ନାଗାବାବା ଆସ୍ଥାନ ଜମାଇଲେଣି। ବାବାଙ୍କଠାରୁ ଆଶିଷ ପାଇବାକୁ ଭକ୍ତମାନେ ମଧ୍ୟ ପହଞ୍ଚୁଛନ୍ତି। ସାଧୁସନ୍ଥଙ୍କ ପାଇଁ ସ୍ଥାୟୀ ପାଣି ବ୍ୟବସ୍ଥା ସହିତ ଲାଇଟ୍‌ ଓ ଛାମୁଣ୍ଡିଆ ହୋଇଛି। କିନ୍ତୁ ଚଳିତ ଥର ଉଦୟଗିରି ପରି ଖଣ୍ଡଗିରିକୁ ଯିବା ପାଇଁ ଟିକେଟ୍‌ ବ୍ୟବସ୍ଥା ହୋଇଥିବାରୁ ଭକ୍ତମାନେ ଚିନ୍ତାରେ ପଡ଼ିଲେଣି। 

୫ ସ୍ଥାନରେ ଗାଡ଼ି ପାର୍କିଂ
ଖଣ୍ଡଗିରି ମହାକୁମ୍ଭ‌ରେ ପାର୍କିଂ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ବିଏମ୍‌ସି ୫ଟି ସ୍ଥାନ ଚିହ୍ନଟ କରିଛି। ଖଣ୍ଡଗିରି ଥାନା ସମ୍ମୁଖ, ଖଣ୍ଡଗିରି ବାରି, ଖାରବେଳ ପାର୍କ ସମ୍ମୁଖ, ଜାଗମରା ହାଉସିଂ ବୋର୍ଡ ସମ୍ମୁଖ, ଖଣ୍ଡଗିରି ଓଭର୍‌ବ୍ରିଜ୍‌ ତଳେ ଗାଡ଼ି ରହିବାକୁ ବ୍ୟବସ୍ଥା ହୋଇଛି। ପାର୍କିଂ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଟିକଟ ଦର ମଧ୍ୟ ଧାର୍ଯ୍ୟ ହୋଇଛି। ୨ ଚକିଆ ଓ ୩ ଚକିଆ ପାଇଁ ୧୦ଟଙ୍କା, ୪ ଚକିଆ ପା‌ଇଁ ୨୦ ଟଙ୍କା ଓ ଭାରିଯାନ ପାଇଁ ୨୫ ଟଙ୍କା ଦେବାକୁ ହେବ। ୨ ଘଣ୍ଟାରୁ ଅଧିକ ସମୟ ରଖି‌ଲେ ଅଧିକ ପାର୍କିଂ ମୂଲ୍ୟ ଦେବାକୁ ପଡ଼ିବ। ସାଇକେଲ୍‌ ପାଇଁ ‌‌କିନ୍ତୁ କୌଣସି ଦେୟ ଦେବାକୁ ପଡ଼ିବନି। ‌ତେବେ ବିଭିନ୍ନ ରାଜ୍ୟର‌ ପର୍ଯ୍ୟଟକ ବସ୍‌ ରଖିବା‌କୁ ହନ୍ତସନ୍ତ ହେବେ। ପୂର୍ବରୁ ଓଏସ୍‌ଆର୍‌ଟିସିର ବସ୍‌ ଷ୍ଟାଣ୍ଡ୍‌ରେ ପର୍ଯ୍ୟଟକଙ୍କ ବସ୍ ରହୁଥିଲା। ହେଲେ ଏବେ ସେଠାରେ ସେ ନିଜର ସମସ୍ତ ବସ୍‌ ରଖୁଛି। ତେଣୁ ଗତ ୪ ମାସ ହେଲା ସମସ୍ତ ପର୍ଯ୍ୟଟକଙ୍କ ବସ୍‌ ଗାନ୍ଧିଶାନ୍ତି କେନ୍ଦ୍ର ସମ୍ମୁଖରେ ରହୁଛି। ଏବେ ମେଳା ସମୟରେ ଷ୍ଟାଣ୍ଡ୍‌ରେ ପର୍ଯ୍ୟାପ୍ତ ସ୍ଥାନ ଅଭାବ ଥିବାରୁ ପର୍ଯ୍ୟଟକଙ୍କ ବସ୍‌ ପାର୍କିଂକୁ ନେଇ ଅବ୍ୟବସ୍ଥା ହେବା‌ ନେଇ ଆଶଙ୍କା କରାଯାଉଛି। ସେହିପରି ୫ଟି ପାର୍କିଂ ସ୍ଥଳରୁ ୪ଟି ପାର୍କିଂ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଥାନା ସମ୍ମୁଖ ସ୍ଥାନ ପାଇଁ କେହି ଦାବିଦାର୍ ଆସି ନାହାନ୍ତି।
ଏଥର ୭ କମିଟି
ଚଳିତ ବର୍ଷ ୬ କମିଟି ପରିବର୍ତ୍ତେ ୭ କମିଟି ଯାତ୍ରା ପରିବେଷଣ କରିବେ। ପୂର୍ବରୁ ଘାଟିକିଆ ସନାତନ ସେବା ସଦନ, ଜାଗମରା ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜୟଦୁର୍ଗା ସାଂସ୍କୃତିକ ପରିଷଦ, ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲ, ଜାଗମରା ଇନ୍ଦିରା ସାଂସ୍କୃତିକ ମଣ୍ଡପ, ବରମୁଣ୍ଡା ବାବା ନୀଳକଣ୍ଠେଶ୍ବର ଯାତ୍ରା କମିଟି ପକ୍ଷରୁ ୬ଟି ପେଣ୍ଡାଲରେ ୧୨ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଶେଷ ମୁହୁର୍ତ୍ତ‌ରେ କଳିଙ୍ଗ ଗଣନାଟ୍ୟ ନିଜର ନାଟକ ‘ବାଜିବ ସାହାନାଇ ‌ତୋରି ପାଇଁ’ ମଞ୍ଚସ୍ଥ କରିବ। ନାଟ୍ୟ ସଂସ୍ଥା ନିଜେ ‘କଳିଙ୍ଗ ସାଂସ୍କୃତିକ ପରିଷଦ’ ନାମରେ କମିଟି ଗଢ଼ି ଏହି ନାଟକକୁ ୪ ଦିନ ପାଇଁ ମଞ୍ଚସ୍ଥ କରିବ। ଏ ନେଇ କମିଟି ସାଧାରଣ ପ୍ରଶାସନ ବିଭାଗଠାରୁ ଆବଶ୍ୟକୀୟ ଜାଗା ପାଇଁ ଅନୁମତି ଆଣିସାରିଛି। ଗୁରୁ ପ୍ରସାଦ ମିଶ୍ରଙ୍କ ରଚନା ଓ ନିର୍ଦ୍ଦେଶନାରେ ପରିବେଶିତ ଏହି ନାଟକରେ ମୁଖ୍ୟ ଆକର୍ଷଣ ରହିବେ ଯାତ୍ରା ସୁପରଷ୍ଟାର୍‌ ସୁରେଶ ପଣ୍ଡା, ହାପି କର, ମାମା, ପ୍ରିୟଙ୍କା ଓ ଖଳନାୟକ ଭୂମିକାରେ ସତ୍ୟ।
ଡବଲ୍‌ ସୋ’ ବନ୍ଦ
ଗତ କିଛି ବର୍ଷ ହେଲା କିଛି ନିର୍ଦିଷ୍ଟ କମିଟି ଶେଷ ୨ ରାତି ଡବଲ୍‌ ସୋ’ ପରିବେଷଣ କରୁଥିବା‌ରୁ ଅନ୍ୟ କମିଟିମାନେ ଆପତ୍ତି ଜଣାଇଥିଲେ। ଏମିତିକି ଗତ ବର୍ଷ ରାଜରାସ୍ଥାକୁ ଓହ୍ଲାଇଥି‌‌ଲେ। ଏହାକୁ ନଜରରେ ରଖି ଚଳିତ ବର୍ଷ ଡବଲ୍‌‌ ସୋ‌’କୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି। ଅନ୍ୟପଟେ ଗତ ୨ ବର୍ଷ ହେଲା ରାଣୀ ପଣ୍ଡା ଅଭିନେତ୍ରୀ ଭୂମିକ‌ାରେ ନିଜର ଅଭିନୟର ଜଲ୍‌ୱା ଦେଖାଉଥିବା ବେଳେ ଏଥର ମଧ୍ୟ ତାଙ୍କ ନାଟକ ଦେଖିବାକୁ ବେଶ୍‌ ଉତ୍କଣ୍ଠ‌ା ରହିଛି। ତେବେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଗଣା ଖାଦ୍ୟଦେବେ ବୋଲି କମିଟିକୁ ପ୍ରତିଶ୍ରୁତି ଦେଇଛନ୍ତି।
୩୬୦ ବ୍ୟବସ‌ାୟୀ ପଞ୍ଜୀକୃତ
ବିଏମ୍‌ସି ଦକ୍ଷିଣ ପଶ୍ଚିମ ଜୋନ୍‌ ଜେଡ୍‌ଡିସି ରାକେଶ ପାତ୍ରଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ୨ ପ୍ରକାରର ସ୍ଥାନ ବଣ୍ଟନ ହେଉଛି। ୩୯୦ ଟି ସ୍ଥାନକୁ ୭ ଫୁଟ୍‌ରେ ୭ ଫୁଟ୍‌ ଜାଗା ଚିହ୍ନଟ ହୋଇଥିବା ବେଳେ ୨୦୦ଟି ୫ ଫୁଟ୍‌ରେ ୫ଫୁଟ୍‌ ସ୍ଥାନ ଚିହ୍ନଟ ହୋଇଛି। ଶନିବାର ସୁଦ୍ଧା ୩୬୦ ବ୍ୟବସ‌ା‌ୟୀ ପଞ୍ଜୀକୃତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe