ଆରମ୍ଭ ହେଲା ଖଣ୍ଡଗିରି ମେଳା: ସାଧୁସନ୍ଥମୟ ତପୋଭୂମି, ବିଭୂତି ନେବାକୁ ଗହଳି

Advertisment

ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି-ଉଦୟଗିରି। ଭଜନ କୀର୍ତ୍ତନ ଓ ହରିନାମରେ କମ୍ପୁଛି ଖଣ୍ଡମଣ୍ଡଳ। ସାଧୁସନ୍ଥଙ୍କ ଓମ୍‌କାର ଧ୍ବନିରେ ଗୁଞ୍ଜରିତ ହେଉଛି ପାହାଡ଼। ଆଜି ପବିତ୍ର ମାଘସପ୍ତମୀରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହୋଇଛି।

ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି-ଉଦୟଗିରି। ଭଜନ କୀର୍ତ୍ତନ ଓ ହରିନାମରେ କମ୍ପୁଛି ଖଣ୍ଡମଣ୍ଡଳ। ସାଧୁସନ୍ଥଙ୍କ ଓମ୍‌କାର ଧ୍ବନିରେ ଗୁଞ୍ଜରିତ ହେଉଛି ପାହାଡ଼। ଆଜି ପବିତ୍ର ମାଘସପ୍ତମୀରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହୋଇଛି।

ffh

ଖଣ୍ଡଗିରି: ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି-ଉଦୟଗିରି। ଭଜନ କୀର୍ତ୍ତନ ଓ ହରିନାମରେ କମ୍ପୁଛି ଖଣ୍ଡମଣ୍ଡଳ। ସାଧୁସନ୍ଥଙ୍କ ଓମ୍‌କାର ଧ୍ବନିରେ ଗୁଞ୍ଜରିତ ହେଉଛି ପାହାଡ଼। ଆଜି ପବିତ୍ର ମାଘସପ୍ତମୀରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହୋଇଛି। ଭକ୍ତିମୟ ପରିବେଶରେ ହଜାର ହଜାର ଭକ୍ତଙ୍କ ଗହଣରେ ଭୋର୍‌ ୫ଟା ବେଳେ ଖଣ୍ଡଗିରିରେ ଥିବା ଆକାଶଗଙ୍ଗା, ଗୁପ୍ତଗଙ୍ଗା, ଲଳିତାକୁଣ୍ଡ, ଶ୍ୟାମାକୁଣ୍ଡ, ରାଧାକୁଣ୍ଡରେ ସ୍ନାନ କରି ଶହ ଶହ ସାଧୁସନ୍ଥ ନିଜ ଆସ୍ଥାନ ସ୍ଥଳରେ ପହଞ୍ଚିଥିଲେ। ଆଉ କିଛି ସାଧୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରିରେ ପହଞ୍ଚିଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ଶ୍ୟାମକୁଣ୍ଡରୁ ଜଳ ନେଇ ମା’ଙ୍କ ପାଖରେ କଳସ ବସାଇବା ପରେ ସାଧୁମାନେ ହୋମଯଜ୍ଞ ଆରମ୍ଭ କରିଛନ୍ତି। ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅସ୍ଥାୟୀ ତପ ଶିବିରଗୁଡ଼ିକରେ ଅଖଣ୍ଡ ଯଜ୍ଞଧୂପ ଅହରହ ଜଳିବ। ସେହିପରି ନାଗାସାଧୁଙ୍କ ସମେତ ଅନ୍ୟ ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ନାମ ସଂକୀର୍ତ୍ତନ ଆରମ୍ଭ କରିଦେଇଛନ୍ତି। ସକାଳ ୭ଟାରେ ମା’ ବାରଭୂଜାଙ୍କ ପୂଜାର୍ଚ୍ଚନା କରାଯାଇ ଖଣ୍ଡଖିରି ଲାଗି ହୋଇଥିଲା। ଖଣ୍ଡଖିରି ପ୍ରସାଦ ପାଇଲେ ବହୁ ରୋଗ ନାଶ ହେବାସହ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ସଞ୍ଜ ନଇଁ ଆସିବା ବେଳକୁ ବାବା ଓ ମ‌ାତାମାନଙ୍କ ପାଖରେ ଲୋକଙ୍କ ଭିଡ଼ ଜମିଥିଲା। ପ୍ରଥମ ଦିନରେ ୫,୦୦୦ରୁ ଅଧିକ ଭକ୍ତ ସାଧୁମାନଙ୍କୁ ଦର୍ଶନ କରିଛନ୍ତି। ନାଗା ସାଧୁ ବମ୍ ବମ୍ ପୁରୀ, ମୋହନ ଗିରି, ଜୁନା ଆଖଡ଼ାରୁ ଆସିଥିବା ବାବା ଦିଗମ୍ବର ବମନପୁରୀ ମହାରାଜ, ଅଖଣ୍ଡାନନ୍ଦ ଗିରି, ବଂଶୀଧର ବାବା, ଆନନ୍ଦ ବାବା, ବାବା ଚନ୍ଦନ ଦାସ, ଛୁଆ ବାବା, ପଣ୍ଡିତ ଭକ୍ତ ଚରଣ ଦାସ, ବାବା ପଞ୍ଚଦେବ ପୂଜା ଆରମ୍ଭ କରିଥିଲେ। ଚେରମୂଳି ଦେଇ ରୋଗ ଭଲ କରୁଥିବା କିଛି ବାବା ମଧ୍ୟ ଆସିଛନ୍ତି। ସେଠାରେ ମଧ୍ୟ ଭିଡ଼ କିଛି କମ୍‌ ନାହିଁ। ଦିନ ୧୨ଟା ବେଳକୁ ଜାଗମରା ଗ୍ରାମ ପୁଷ୍କରିଣୀରୁ କଳସ ଯାତ୍ରା କରି ଶତାଧିକ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ଘଟ ଆବାହନ ସହ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ନିକଟରେ ଅଖଣ୍ଡ ଦୀପ ଲଗାଯାଇ ଯଜ୍ଞ ଆରମ୍ଭ ହୋଇଥିଲା।

ଷ୍ଟାଣ୍ଡିଂ ବାବା ମହନ୍ତ ନାଗା ଚନ୍ଦନ ଗିରି
ଖଣ୍ଡଗିରି ପାହାଡ଼ରେ ଦୋଳି ସହାୟତାରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇଥିବା ଷ୍ଟାଣ୍ଡିଂ ବାବା ମହନ୍ତ ନାଗା ଚନ୍ଦନ ଗିରି କହନ୍ତି ଉତ୍ତରପ୍ରଦେଶର ଚିତ୍ରକୂଟରେ ତାଙ୍କ ଜନ୍ମ। ଜନ୍ମ ସମୟରୁ ମା’ଙ୍କ ଦେହାନ୍ତ ହୋଇଛି, ଚତୁର୍ଥ ଶ୍ରେଣୀ ପଢ଼ୁଥିବା ବେଳେ ବାପା ଚାଲିଗଲେ। ସପ୍ତମ ଶ୍ରେଣୀରୁ ପାଠ ଛାଡ଼ିବାକୁ ପଡ଼ିଲା। ସେହି ସମୟରେ ବୈରାଗ୍ୟ ଭାବନା ଆସିଲା, ନାଗା ସାଧୁଙ୍କ ମେଳକୁ ଚାଲିଗଲେ। ଏହାପରେ ପରିବାର ପକ୍ଷରୁ ତାଙ୍କର ପିଣ୍ଡଦାନ କରିଦିଆଯାଇ ଥିଲା। ତାଙ୍କ ଗୁରୁ ପାୟଲଟ ବାବାଙ୍କ ଦେଶ ବିଦେଶରେ ଅନେକ ନାମ ରହିଛି। ଭକ୍ତମାନେ ମୋଟା ଅଙ୍କର ପ୍ରାପ୍ୟ ଦେଇ ତାଙ୍କୁ ଆମନ୍ତ୍ରଣ କରୁଥିବା ଷ୍ଟାଣ୍ଡିଂ ବାବା କହନ୍ତି।

ଅନନ୍ତ କେଶରୀଙ୍କ ରାଣୀ ହଂସପୁର ଯାତ୍ରା, ପାରମ୍ପରିକ ବାଜାରେ କମ୍ପିଲା

ffhfh

ରାତି ୮ଟାରୁ ପ୍ରକମ୍ପିତ ହୋଇ ଉଠିଥିଲା ଜାଗମରା ଗାଁ ରାସ୍ତାରୁ ଖଣ୍ଡଗିରି। ପାରମ୍ପରିକ ବାଦ୍ୟଯନ୍ତ୍ର, ବାଜା, ବାଣ ଓ ଶୋଭାଯାତ୍ରା‌ରେ ପ୍ରଭୁ ଅନନ୍ତକେଶରୀ ରାଣୀ ହଂସପୁରକୁ ଯାତ୍ରା କରିଥିଲେ। ଆତସବାଜି ଯୋଗୁଁ ପ୍ରାୟ ଅଢ଼େଇ ଘଣ୍ଟା‌ ଧରି କମ୍ପିଥିଲା ଖଣ୍ଡଗିରି ଆକାଶ। ଚତୁର୍ଦିଗ ଧୂଆଁମୟ ହୋଇ କୁହୁଡ଼ିର ଭ୍ରମ ସୃଷ୍ଟି କରିଥିଲା। କିଛି ସମୟ ରାସ୍ତାଘାଟ ଦିଶିଲାନି। ଗାଡ଼ି ମଟର ଯିଏ ଯେଉଁଠି ଥିଲେ ଅଟକି ରହିଲେ। ନିୟମ ଅଛି ଅନନ୍ତକେଶରୀ ସବୁଠାରୁ ବଡ଼ ଠାକୁର। ସେ କାହା ବାହୁତଳେ ଯିବେନି। ତେଣୁ ଖଣ୍ଡଗିରି ଓଭର୍‌ ବ୍ରିଜ୍ ହେବା ଦିନରୁ ଠାକୁର ବୁଲି ବୁଲି ରାଣୀଗୁମ୍ଫା ଯାଉଛନ୍ତି। ଘଣ୍ଟ ଘଣ୍ଟା ଓ ମୃଦଙ୍ଗ, ଘୋଡ଼ାନାଚ, ରାବଣନାଚ, ଦୁଲୁକି ସହ ରଙ୍ଗିନ୍‌ ଆଲୋକମାଳାରେ ବିରାଟ ଶୋଭାଯାତ୍ରାରେ ପ୍ରଭୁଙ୍କୁ ନିଆଯାଇଥିଲା। ପ୍ରାୟ ୯ଟାରେ ପ୍ରଭୁ ଅନନ୍ତକେଶରୀ ଜାଗମରାସ୍ଥିତ ନାଗାମଠରୁ ବାହାରି ଉଦୟଗିରି ରାଣୀ ଗୁମ୍ଫାସ୍ଥିତ ରାଣୀ ହଂସପୁରକୁ ବିଜେ କରିଥିଲେ। ପ୍ରଥମେ ବିମାନରେ ଗାଁ ପରିକ୍ରମା କରିବା ସହ ଠାକୁର ଚାଚେରୀ ଭୋଗ ଖାଇଥିଲେ। ସେଠାରେ ପ୍ରଭୁଙ୍କ ପୂଜାବିଧି ସମ୍ପନ୍ନ ହେବା ପରେ ଖଣ୍ଡଗିରି ଛକରୁ ଥାନା ଦେଇ ରମାମଣି ପେଟ୍ରୋଲ୍ ପମ୍ପ୍‌ରୁ ବୁଲି ଲଳିତାକୁଣ୍ଡରେ ପହଞ୍ଚି ଚାପ ଖେଳିଥିଲେ। ପରେ ଦୋଳବେଦିରେ ପ୍ରଭୁ ବିଜେ କରିଥିଲେ ଓ ନୀତିକାନ୍ତି ଅନୁଯାୟୀ ପୂଜା ପାଇଥିଲେ। ଏହାପରେ ଠାକୁର ନାଗାମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଯାତ୍ରାରେ ଏକାମ୍ର ବିଧାୟକ ବାବୁ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ ଓ ସ୍ଥାନୀୟ କର୍ପୋରେଟରମାନେ ସାମିଲ ହୋଇଥିଲେ। 

fhfhhfhf

ଘରେ ଘରେ କୁଣିଆ
ଖଣ୍ଡଗିରି ମେଳା ଖଣ୍ଡଗିରି ଅଞ୍ଚଳ ସହିତ ଆଖ ପାଖ ଅଞ୍ଚଳ ପାଇଁ ମଧ୍ୟ ଏକ ମହୋତ୍ସବ। ତେଣୁ ପ୍ରତି ଘରେ ଏବେ କୁଣିଆ। ଆଉ ଗୋଟିଏ ଦିନ ପରେ ଯାତ୍ରା ଆରମ୍ଭ ହେଉଥିବାରୁ ପରିବାର ସହିତ ଯାତ୍ରା ଦେଖିବାର ଯୋଜନା ହୋଇଛି। 
ବିଭୂତି ନେବାକୁ ଗହଳି
ମେଳା ଆରମ୍ଭ ହେବା ୨ ଦିନ ଆଗରୁ ଉଜ୍ଜୟିନୀରୁ ଖଣ୍ଡଗିରି ଆସିଛନ୍ତି ଦିଗମ୍ବର ବମ୍‌ ବମ୍‌ ପୁରୀ ମହାରାଜ। ‌ନାଗା ସାଧୁ ହୋଇ ଥିବାରୁ ଦେହରେ ବିଭୂତି ବୋଳି ଲମ୍ବା ଜଟା ରଖିଛନ୍ତି। ଗତ ୬ ବର୍ଷ ହେଲା ସେ ମେଳାକୁ ଆସୁଛନ୍ତି। ଆଶ୍ଚର୍ଯ୍ୟର କଥା ହେ‌ଲା ତାଙ୍କ ରୁକ୍ଷ କଥା ଓ ରୋକ୍‌ ଠୋକ୍‌ ବ୍ୟବହାର ପାଇଁ ଭକ୍ତ ପ୍ରଥମେ ଭୟ କରିଲେ ବି ତାଙ୍କ ପାଖକୁ ଯାଉଛନ୍ତି। କିଏ ବାବାଙ୍କ ପାଇଁ ଚା’ ମଗେଇ ଦେଉଛି ତ କିଏ ଜଳଖିଆ। ହେଲେ ବାବା ନିର୍ମାଣ କରିଥିବା ମାଟି ଲିଙ୍ଗର ବିଭୂତି ନେବାକୁ ଗହଳି ଜମୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe