କ୍ଷୀରୋଦ ଦାସଙ୍କ ଗଳ୍ପ ସଂକଳନ ‘ଶୂନ୍ୟ ଉପତ୍ୟକା’ ଉନ୍ମୋଚିତ

Advertisment
କ୍ଷୀରୋଦ ଦାସଙ୍କ ଗଳ୍ପ ସଂକଳନ ‘ଶୂନ୍ୟ ଉପତ୍ୟକା’ ଉନ୍ମୋଚିତ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ‘ସମ୍ବାଦ ଭବନ’ ପରିସରରେ ବିଶିଷ୍ଟ ଗାଳ୍ପିକ କ୍ଷୀରୋଦ ଦାସଙ୍କ ଗଳ୍ପ ସଂକଳନ ‘ଶୂନ୍ୟ ଉପତ୍ୟକା’ ଉନ୍ମୋଚିତ ହୋଇଯାଇଛି। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରି ଓଡ଼ିଆ ଭାଷାର ବିଶିଷ୍ଟ ଲେଖକମାନେ ପରବର୍ତ୍ତୀ ପିଢ଼ିକୁ ସାହିତ୍ୟ ସର୍ଜନା ଦିଗରେ ଉତ୍ସାହିତ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ଏହି ଉତ୍ସବରେ ବିଶିଷ୍ଟ କଥାକାର ଗୌରହରି ଦାସ, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଅରବିନ୍ଦ ରାୟ, କ୍ଷେତ୍ରବାସୀ ନାଏକ, ଚିତ୍ତରଞ୍ଜନ ଚିରଞ୍ଜିତ, ବସନ୍ତରାଜ ସାହୁ ଏବଂ ‘ବିଦ୍ୟାପୁରୀ’ ପ୍ରକାଶନର ମୁଖ୍ୟ ଜୀବାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସଂକଳନରେ ଲେଖକଙ୍କ ପନ୍ଦରଟି ଗଳ୍ପ ସ୍ଥାନୀତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe