ଖଣ୍ଡଗିରି ଗୁମ୍ପା ସଂଲଗ୍ନ ଜମି ଲିଜ୍‌ ସଂପର୍କିତ ଦାବି ଉପରେ ନିଷ୍ପତ୍ତି ନେବେ ଖୋର୍ଦ୍ଧା ଜିଲ୍ଲାପାଳ

Advertisment

ଖଣ୍ଡଗିରି ଗୁମ୍ଫା ସଂଲଗ୍ନ ଜମିକୁ ଲିଜ୍ ସୂତ୍ରରେ ପ୍ରଦାନ ସଂକ୍ରାନ୍ତ ଦାବିପତ୍ରର ଫଇସଲା ଓ ଏହି ଜମି ଉପରେ ହୋଇଥିବା ନିର୍ମାଣକୁ ଉଚ୍ଛେଦ ପାଇଁ ଜାରି ନୋଟିସ୍ କାର୍ଯ୍ୟକାରୀ ଉପରେ ରହିତାଦେଶ ପ୍ରସଙ୍ଗ ନେଇ ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Updated On

ଖଣ୍ଡଗିରି ଗୁମ୍ଫା ସଂଲଗ୍ନ ଜମିକୁ ଲିଜ୍ ସୂତ୍ରରେ ପ୍ରଦାନ ସଂକ୍ରାନ୍ତ ଦାବିପତ୍ରର ଫଇସଲା ଓ ଏହି ଜମି ଉପରେ ହୋଇଥିବା ନିର୍ମାଣକୁ ଉଚ୍ଛେଦ ପାଇଁ ଜାରି ନୋଟିସ୍ କାର୍ଯ୍ୟକାରୀ ଉପରେ ରହିତାଦେଶ ପ୍ରସଙ୍ଗ ନେଇ ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଅଦ୍ୟତନ ହୋଇଛି
khandagiri

କଟକ: ଖଣ୍ଡଗିରି ଗୁମ୍ଫା ସଂଲଗ୍ନ ଜମିକୁ ଲିଜ୍ ସୂତ୍ରରେ ପ୍ରଦାନ ସଂକ୍ରାନ୍ତ ଦାବିପତ୍ରର ଫଇସଲା ଓ ଏହି ଜମି ଉପରେ ହୋଇଥିବା ନିର୍ମାଣକୁ ଉଚ୍ଛେଦ ପାଇଁ ଜାରି ନୋଟିସ୍ କାର୍ଯ୍ୟକାରୀ ଉପରେ ରହିତାଦେଶ ପ୍ରସଙ୍ଗ ନେଇ ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜମି ଲିଜ୍ ସଂକ୍ରାନ୍ତରେ ମା’ ବାରଭୁଜା ମନ୍ଦିର ଟ୍ରଷ୍ଟ ପକ୍ଷରୁ ୨୦୨୪ ଅକ୍ଟୋବର ୨୮ରେ ଦିଆଯାଇଥିବା ଦାବିପତ୍ର ଉପରେ ଏକ ମାସ ଭିତରେ ଫଇସଲା କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଦାବିପତ୍ର ଉପରେ ଫଇସଲା ହେବା ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମା’ ବାରଭୁଜା ମନ୍ଦିର ପରିଚାଳନା ଟ୍ରଷ୍ଟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆବେଦନକାରୀଙ୍କ ୨୦୨୪ ଅକ୍ଟୋବର ୨୮ର ଦାବିପତ୍ରକୁ ୨୦୨୪ ଡିସେମ୍ବର ୬ରେ ରାଜସ୍ବ ପର୍ଷଦ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପଠା ଯାଇଥିଲା। ଦାବିପତ୍ର ବିଚାରାଧୀନ ଥିବା ବେଳେ ଏ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତରଫରୁ ଏ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ନିଆଯାଇନଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହି ଗୁମ୍ଫା ଅଞ୍ଚଳର ବିଭିନ୍ନ ପ୍ଲଟ୍‌ରେ ଅବସ୍ଥିତ ଉପରୋକ୍ତ ପୀଠ ପାଇଁ ମୋଟ ୧୫୬ ଡିସିମିଲ୍‌ ଜମି ଲିଜ୍‌ ସୂତ୍ରରେ ପ୍ରଦାନ ପାଇଁ ୨୦୨୪ ଅକ୍ଟୋବର ୨୮ରେ ଏକ ଦାବିପତ୍ର ଦିଆଯାଇଥିଲା। ପୂଜାର୍ଚ୍ଚନା କରାଯାଉଥିବା ସ୍ଥାନର ସୁରକ୍ଷା ପାଇଁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଥିଲା। ଏ ନେଇ ତ୍ବରିତ ଫଇସଲା ପାଇଁ ନିବେଦନ କରି ଆବେଦନକାରୀ ଟ୍ରଷ୍ଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe