ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକୋତ୍ସବ

Advertisment

ଓଡ଼ିଆ ଭାଷା ସଂକଟରେ ଅଛି ବୋଲି କେବେ କହିବା ନାହିଁ : ସୌମ୍ୟ

ଓଡ଼ିଆ ଭାଷା ସଂକଟରେ ଅଛି ବୋଲି କେବେ କହିବା ନାହିଁ : ସୌମ୍ୟ

ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକୋତ୍ସବ

ଖୋର୍ଦ୍ଧା: ‘ଓଡ଼ିଆ ଭାଷା’ ସଂକଟରେ ଅଛି ବୋଲି କେବେ କହିବା ନାହିଁ। ଏହା ନ କହିବା ପାଇଁ ସଂକଳ୍ପ ବି ନେବା। କାରଣ କୌଣସି ବିଫଳତାରେ ଆତ୍ମହତ୍ୟା ଭଳି ଜଘନ୍ୟ ରାସ୍ତାକୁ ଆପଣେଇବା ଯାହା, ଓଡ଼ିଆ ଭାଷା ସଂକଟରେ ଅଛି ବୋଲି ନକାରାତ୍ମକ ମନ୍ତବ୍ୟ ଦେବା ଠିକ୍‌ ସେଇଆ ବୋଲି ଆଜି ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ, ‘ସମ୍ବାଦ ସାହିତ୍ୟଘର’ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ ଓଡ଼ିଆ ଭାଷାର ସଂକଟ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଭାଷା ମଣିଷର ଜୀବନ। ସାହିତ୍ୟିକ ଓ ରାଜନୀତିର ଉଦ୍ଦେଶ୍ୟ ଗୋଟିଏ। ଉଭୟର ଲକ୍ଷ୍ୟ ସମୂହ ବା ସମାଜର ହିତ ସାଧନ କରିବା। ଗଣତନ୍ତ୍ରରେ କ୍ଷମତା ସଂଖ୍ୟା ଦ୍ବାରା ନିର୍ଦ୍ଧାରିତ ହୁଏ। ସେହିଭଳି ସାହିତ୍ୟିକଙ୍କ ମଧ୍ୟରେ ଏହି ସଂଖ୍ୟାର ନ୍ୟୂନତା ଓ ସେମାନଙ୍କ ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତିର ଅଭାବ ହେତୁ ଆଜି ଭାଷାର ସଙ୍କଟ କଥା ମନକୁ ଆସୁଛି। ଏଣୁ ସାହିତ୍ୟିକ ସମାଜସେବା ଓ ରାଜନୀତିଠାରୁ ନିଜକୁ ଦୂରେଇ ନଦେଇ ଏଥିରେ ସମ୍ପୃକ୍ତ ହୁଅନ୍ତୁ। ଯଦି ସାହିତ୍ୟିକ ରାଜନୀତିକୁ ଆସିବେ ନାହିଁ ଅନ୍ୟ ଅଣସାହିତ୍ୟିକ ମାନେ ଏହି କ୍ଷେତ୍ରକୁ କବ୍‌ଜା କରିନେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ମୁଖ୍ୟବକ୍ତା ଭାବେ ‘ସମ୍ବାଦ ସାହିତ୍ୟ ଘର’ ରାଜ୍ୟ ସଂଯୋଜିକା ତଥା କବୟିତ୍ରୀ ଡ. ଶୁଭଶ୍ରୀ ଲେଙ୍କା ସାହିତ୍ୟ ଘରର ବିଭିନ୍ନ କାର୍ଯ୍ୟକ୍ରମ ଓ ଭାଷାର ସୁରକ୍ଷା ପାଇଁ ସାହିତ୍ୟଘରର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।

ସ୍ଥାନୀୟ ଗୀତାଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘରର ଅଧ୍ୟକ୍ଷ ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାରଣା ସାହିତ୍ୟଘରର ବାର୍ଷିକ ବିବରଣୀ ପ୍ରଦାନ କରଥିଲେ। ଏହି ଅବସରରେ ଖୋର୍ଦ୍ଧା ‘ସମ୍ବାଦ ସାହିତ୍ୟଘର’ ବିଶେଷାଙ୍କ ଇନ୍ଦ୍ରଧନୁ ଓ କରୋନା ବିଶେଷାଙ୍କ ‘ଆମ କବିତା ଘର’ ଓ କ୍ୟାଲେଣ୍ଡର୍‌ ଉନ୍ମୋଚିତ ହୋଇଥିଲା। ସମାଜସେବୀ ଇତିଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ କୃଷ୍ଣଚନ୍ଦ୍ର ହରିଚନ୍ଦନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe