୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

Advertisment

ଅଭିଯୁକ୍ତ ନାବାଳକ ଗିରଫ

ଅଭିଯୁକ୍ତ ନାବାଳକ ଗିରଫ

୧୦ କେଜି ଗଞ୍ଜେଇ ଜବତ, ୧ ଗିରଫ

ଖଣ୍ଡଗିରି: ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଅରିଶଲ ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ନାବାଳକକୁ ରବିବାର ରାତିରେ ପୁଲିସ ଗିରଫ କରିଛି। ଶନିବାର ରାତିରେ ଏହି କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ନାବାଳକ ଫେରାର୍‌ ହୋଇ ଗାଁ ମୁଣ୍ଡ ଏକ ତୋଟାରେ ଲୁଚିଥିବା ବେଳେ ଆଜି ପୁଲିସ ତାକୁ ସେଠାରୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣଙ୍କ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅପରପକ୍ଷେ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଭୁବନେଶ୍ୱର ଡିସିପି ଏହି ମାମଲାକୁ ଆଇୟୁସିଏଡବ୍ଲ୍ୟୁକୁ ହସ୍ତାନ୍ତର କରିଛନ୍ତି ଓ ତଦନ୍ତକାରୀ ଅଧିକାରୀ ଦୁଷ୍କର୍ମର ଶିକାର ହୋଇଥିବା ଶିଶୁକନ୍ୟାକୁ ଡାକ୍ତରୀ ମାଇନା କରାଇବା ସହ ତାର ବୟାନ୍‌ ରେକର୍ଡ କରାଇଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଛନ୍ତି।

ସୂଚନାନୁସାରେ ଉକ୍ତ ଗାଁରେ ଗତ ଦୁଇ ଦିନ ହେଲା ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ ‘ରାସ’। ରାସ ଦେଖିବା ପାଇଁ ଗାଁ ପିଲାମାନେ ଯା’ଆସ କରୁଥିଲେ। ଏହି ସମୟରେ ଶିଶୁକନ୍ୟାଟି ରାସ ହେଉଥିବା ସ୍ଥାନରୁ ଘରକୁ ଫେରୁଥିଲା। ଗାଁ ଦାଣ୍ଡରେ ତାକୁ ଏକୁଟିଆ ଦେଖି ଅଭିଯୁକ୍ତ ନାବାଳକ ଚକ୍‌ଲେଟ୍‌ ଦେବାକୁ କହି ଅଟକାଇଥିଲା। ପଡ଼ୋଶୀ ଘରର ବଡ଼ ଭାଇ ହେବ ବୋଲି ଶିଶୁକନ୍ୟାଟି ଅଟକିଥିଲା। ଏହି ମଉକାରେ ଅଭିଯୁକ୍ତ ନାବାଳକ ତାକୁ ଏକ ନିଛାଟିଆ ବାଡ଼ି ଭିତରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଶିଶୁକନ୍ୟାଟି କାନ୍ଦି କାନ୍ଦି ଘରକୁ ଫେରିବା ପରେ ମା’ ବାପା ଏହି ଅଘଟଣ ବାବଦରେ ଜାଣିବାକୁ ପାଇଥିଲେ। ଫଳରେ ଶିଶୁକନ୍ୟାର ପରିବାର ଲୋକେ ଗାଁ ଲୋକଙ୍କୁ ଜଣାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ଅଭିଯୁକ୍ତ ନାବାଳକ ସଙ୍ଗେସଙ୍ଗେ ଲୁଚି ଯାଇଥିଲା। ଖବର ପାଇ ଜଟଣୀ ଥାନା ଓ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ମାତ୍ର ରାତିରେ ତାକୁ ଗିରଫ କରିବା ସମ୍ଭବ ହୋଇ ନଥିଲା। ଆଜି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଏହି ମାମଲାକୁ ଆଇୟୁସିଏଡବ୍ଲ୍ୟୁକୁ ହସ୍ତାନ୍ତର ନିର୍ଦେଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ସାଇଣ୍ଟିଫିକ୍‌ ଟିମ୍‌ ସହ ଗାଁକୁ ଯାଇ ଛାନ୍‌ଭିନ୍‌ କରିଥିଲେ। ଶିଶୁକନ୍ୟାର ଡାକ୍ତରୀ ମଇନା କରାଯିବା ସହ ତାର ବୟାନ୍‌ ରେକର୍ଡ କରାଯାଇଥିଲା। ଏ ଭିତରେ ଏକ ପୁଲିସ ଟିମ୍‌ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ଗାଁ ମୁଣ୍ଡରେ ଥିବା ଏକ ଜଙ୍ଗଲିଆ ଆମ୍ବ ଓ ବାଉଁଶ ତୋଟାରେ ଲୁଚିଥିବା ଖବର ପାଇ ଆଜି ସନ୍ଧ୍ୟାରେ ପୁଲିସ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଛି।

ବିଦ୍ୟାଳୟରୁ ତଡ଼ା ଖାଇଥିଲା
ଅଭିଯୁକ୍ତ ନାବାଳକର ଏହି ଗୁଣ ପାଇଁ ତାକୁ ଗାଁ ହାଇସ୍କୁଲରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ସେ ବିଦ୍ୟାଳୟରେ ଏଭଳି ଅଭଦ୍ର ଆଚରଣ କରିବାରୁ ତାକୁ ପରିଚାଳନା କମିଟି ସୁପାରିସରେ ବାହାର କରାଯାଇଥିଲା। ଏମିତିକି ପାଖ ଗାଁ ସ୍କୁଲ ବି ତାକୁ ଗ୍ରହଣ ନ କରିବାରୁ ସେ ଗାଁଠାରୁ ଦୂରରେ ଥିବା ଏକ ବିଦ୍ୟାଳୟରେ ନାମ ଲେଖାଇଥିଲା। ଦଶମ ଶ୍ରେଣୀରେ ପଢ଼ୁଥିଲେ ବି ତାଠାରେ ଜଣେ ପ୍ରାପ୍ତ ବୟସ୍କ ଯୁବକର ସମସ୍ତ ଲକ୍ଷଣ ଥିଲା। ତେଣୁ ତାର ଏ ପ୍ରକାର ଗୁଣ ପାଇଁ ଗାଁ ଛୋଟ ପିଲାମାନେ ତା ପାଖରୁ ଦୂରେଇ ରହୁଥିଲେ। ତେବେ ସେ ସବୁବେଳେ ତାଠାରୁ ବୟସରେ ବଡ଼ ପିଲାମାନଙ୍କ ସହ ସାଙ୍ଗ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe