ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣା: କ୍ଷତିପୂରଣ ଓ ସୁରକ୍ଷା ପ୍ରଦାନ ପାଇଁ ମାନବାଧିକାର କମିସନଙ୍କ ନିର୍ଦେଶ

Advertisment
ସ୍କାଏଲାଇଟ୍‌ ବାଟେ ପଶିଲା ଦୁବୃର୍ତ୍ତ : ନର୍ସଙ୍କୁ ଅସଦାଚରଣ ଉଦ୍ୟମ ବିଫଳ

borderline24.com

ଭୁବନେଶ୍ବର: ଯାଜପୁର ଜିଲ୍ଲାର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ରାଜ୍ୟ ମାନବାଧିକାର କମିସନ ପୀଡ଼ିତାଙ୍କୁ କ୍ଷତିପୂରଣ ସହ ସୁରକ୍ଷା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଜଣେ ସରକାରୀ କର୍ମଚାରୀଙ୍କ ବାସଭବନରେ ଏହି ଘଟଣା ଘଟି ଥିବାରୁ ତଦନ୍ତରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କମିସନ୍‌ କହିଛନ୍ତି। ଆସନ୍ତା ୭ଦିନ ଭିତରେ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବା ପାଇଁ ଯାଜପୁର ଜିଲ୍ଲା ଏସ୍‌ପିଙ୍କୁ କମିସନ୍‌ ନିର୍ଦେଶ ଦେଇଛନ୍ତି।

ଆଜି ପୀଡ଼ିତା ଓ ପରିବାରଲୋକଙ୍କ ସହ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମାନବାଧିକାର କମିସନଙ୍କୁ ଭେଟି ପୁଲିସ ବିରୋଧରେ ଫେରାଦ ହୋଇଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୧୫ ତାରିଖରେ ପୀଡ଼ିତାଙ୍କ ପରିବାରଲୋକଙ୍କ ପକ୍ଷରୁ ଧର୍ମଶାଳା ଥାନା‌ରେ ଏତଲା ଦିଆଯାଇଥିଲା। ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଅଭିଯୁକ୍ତଙ୍କ ପକ୍ଷରୁ ବାରମ୍ବାର ଧମକ ଦିଆଯାଉଥିଲେ ହେଁ ପୁଲିସ ତାଙ୍କୁ ଧରିବାରେ ବିଫଳ ହୋଇଛି। ଗତ ୧୮ ତାରିଖ ଦିନ ଅପହରଣକାରୀ ପୀଡ଼ିତାଙ୍କ ପରିବାରଲୋକଙ୍କୁ ଫୋନ୍ କରି କଟକରୁ ତାଙ୍କ ଝିଅଙ୍କୁ ନେଇ ଯିବାକୁ କହିଥିଲେ। ପରିବାରଲୋକ କଟକ ଯାଇଥିଲେ ହେଁ ପୁଲିସ ସେମାନଙ୍କୁ ସାହାଯ୍ୟ କରି ନ ଥିଲା। ପରବର୍ତୀ ସମୟରେ ଯାଜପୁର ଜିଲ୍ଲା ବାରବାଟୀ ନିକଟରୁ ପୀଡ଼ିତାଙ୍କୁ ପରିବାରଲୋକ ଉଦ୍ଧାର କରିଥିଲେ। ପୁଲିସ ପୀଡ଼ିତାଙ୍କୁ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଥିବା ବେଳେ ସିଆରପିସି ଧାରା ୧୬୪ରେ ବୟାନ ରେକର୍ଡ କରିଥିଲା। ବୟାନ ରେକର୍ଡ ପୂର୍ବରୁ ଜଣେ ମହିଳା କନେଷ୍ଟବଳ ପୀଡ଼ିତାଙ୍କ ଉପରେ ପ୍ରବଳ ଚାପ ପକାଇଥିବା ଅଭିଯୋଗ ହୋଇଛି। ଏହାସହ ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ସତ୍ୟ ନାରାୟଣ ସାମଲ ପୀଡ଼ିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେଣୁ ଏହି ଘଟଣାରେ ତଦନ୍ତରେ କ’ଣ ଅଗ୍ରଗତି ହୋଇଛି, ସେ ସଂପର୍କରେ ଆସନ୍ତା ୭ଦିନ ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିସନ୍ ନିର୍ଦେଶ ଦେଇଛନ୍ତି। ଏହାସହ ଯାଜପୁର ଜିଲ୍ଲାପାଳ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମଧ୍ୟ କମିସନ କହିଛନ୍ତି। ଅପରପକ୍ଷରେ ପୀଡ଼ିତାଜଣକ ଦଶମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ତାଙ୍କ ସୁରକ୍ଷା ପାଇଁ ଜଣେ ମହିଳା କନେଷ୍ଟବଳଙ୍କୁ ନିୟୋଜିତ କରିବା ପାଇଁ କମିସନ ଯାଜପୁର ଜିଲ୍ଲା ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ମଧ୍ୟରେ ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମେତ ଉମେଶ ଜେନା, ଅଜୟ କୁମାର ସାମଲ, ଶୁଭଶ୍ରୀ ପଣ୍ଡା, ସ୍ମୃତିରେଖା ପାହି, ବନ୍ଦିତା ପରିଡ଼ା, ପଦ୍ମାକର ଗୁରୁ, ରାଜୀବ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe