image source-nayalook.com
ଭୁବନେଶ୍ୱର: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଜଣେ ବସ୍ କଣ୍ଡକ୍ଟରକୁ ଗିରଫ କରିଛି। ସେ ହେଉଛି ପାତ୍ରପଡ଼ାରେ ରହୁଥିବା ଓଡ଼ଗାଁ ନୟାଗଡ଼ର ପପୁ ଦାସ। ପାତ୍ରପଡ଼ା ଭଡା ଘରୁ ନାବାଳିକାଙ୍କୁ ଉଦ୍ଧାର କରାଯିବ ସହ ଅଭିଯୁକ୍ତ କଣ୍ଡକ୍ଟରକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୋଗ ମୁତାବକ, ପପୁ ପାତ୍ରପଡ଼ାରେ ଭଡ଼ା ଘରେ ରହି ଏକ ବସ୍ରେ କଣ୍ଡକ୍ଟର ଭାବେ କାମ କରେ। ବସ୍ରେ ଯିବା ଆସିବା ବେଳେ ସେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଫୋନ ନମ୍ବର ଆଣିଥିଲା। ଗତ ୧୧ତାରିଖ ଦିନ ପପୁ ତାଙ୍କୁ ଡାକି ଆଣି ତା’ ଭଡା ଘରକୁ ନେଇ ଦୁଷ୍କର୍ମ କରିଥିଲା। ଏ ନେଇ ନାବାଳିକା ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଗତକାଲି ଉଭୟଙ୍କୁ ଠାବ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା।
Follow Us