ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ

ପାକିସ୍ତାନରେ ବଢୁଛି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର : ନିଜ ପିଲାମାନଙ୍କ ସହ ବଜାରକୁ ଯାଇଥିବା ଦୁଇ ହିନ୍ଦୁ ମହିଳାଙ୍କୁ ଅପହରଣ

YouTube

ବାଲିପାଟଣା: ଆଜି ସ୍ଥାନୀୟ ଗାରେଡ଼ିପାଞ୍ଚଣ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ହୋଇଥିବା ଅପହରଣ ଉଦ୍ୟମ ପଣ୍ଡ ହୋଇଯାଇଛି। ନିଛାଟିଆ ରାସ୍ତାରୁ ଛାତ୍ରୀଙ୍କୁ ଉଠାଇ ନେବାବେଳେ ଜଣେ ମହିଳା ପାଟି କରିବାରୁ ଦୁର୍ବୃତ୍ତ ଜଣକ ଛାଡ଼ି ପଳାଇଥିବା ଜଣାପଡ଼ିଛି। ଅପହରଣ ଉଦ୍ୟମ ପଛରେ କି କାରଣ ରହିଛି ସ୍ପଷ୍ଟ ହୋଇନାହିଁ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ ନାବାଳିକାଟି ସାଇକେଲ୍‌ ଧରି ସ୍ଥାନୀୟ ମଧୁବନ ବଜାରକୁ ଆସିଥିଲା। ଅପରାହ୍ନ ପ୍ରାୟ ୧ଟା ବେଳେ ସେ କେନାଲ ବନ୍ଧରେ ଘରକୁ ଫେରୁଥିଲା। ଏହି ସମୟରେ ଏକ ନୀଳ ରଙ୍ଗର ସ୍କୁଟିରେ ଥିବା ଜଣେ ଯୁବକ ନାବାଳିକାକୁ ଅଟକାଇ ଥିଲା। ହଠାତ୍ ଦୁର୍ବୃତ୍ତ ଜଣକ ପ‌କେଟ୍‌ରୁ ଏକ ରୁମାଲ୍ ବାହାର କରି ନାବାଳିକାର ମୁହଁରେ ଚାପି ଧରିଥିଲା। କିନ୍ତୁ ନାବାଳିକାଟି ବଳ ଖଟାଇ ଦୁର୍ବୃତ୍ତର ହାତକୁ ଛାଟି ଦେଇଥିଲା ଓ ତଳେ ପଡ଼ି ପାଟି କରିଥିଲା। ନାବାଳିକାର ପାଟି ଶୁଣି ସେହି ପାଖାପାଖି ଥିବା ଜଣେ ମହିଳା ଘଟଣାସ୍ଥଳକୁ ଧାଇଁ ଆସିବା ସହ ପାଟି କରି ଲୋକଙ୍କୁ ଡାକିଥିଲେ। ତେଣୁ ଦୁର୍ବୃତ୍ତ ଜଣକ ସ୍କୁଟି ଚଳାଇ ପୁଣି ମଧୁବନ ଛକ ଦିଗରେ ପଳାଇଥିଲା। ସେ ମୁଣ୍ଡରେ ହେଲମେଟ୍‌ ପିନ୍ଧିଥିବାରୁ ନାବାଳିକା ଓ ମହିଳା ତାକୁ ଚିହ୍ନି ପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe