ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟୀଙ୍କୁ ଅପହରଣ, ୧୭ ଲକ୍ଷ ଟଙ୍କା ପାଇଁ ମୁଣ୍ଡଜାମିନ

Advertisment
ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟୀଙ୍କୁ ଅପହରଣ, ୧୭ ଲକ୍ଷ ଟଙ୍କା ପାଇଁ ମୁଣ୍ଡଜାମିନ

oneindia.com

ବାଲିଅନ୍ତା: ଆଜି ମଧ୍ୟାହ୍ନରେ ବାଲିଅନ୍ତା ଥାନା ଟଙ୍କପାଣି ବ୍ରିଜ୍‌ ନିକଟରୁ କିଛି ଦୁର୍ବୃତ୍ତ ଜଣେ ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟୀଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତ ବ୍ୟବସାୟୀ ହେଲେ, ବାଲିଅନ୍ତା ବ୍ଲକ ଗୋତଳବିନ୍ଧା ଗ୍ରାମର ରାମଚନ୍ଦ୍ର ସାମନ୍ତରାୟ (୫୮)। ଅପହରଣକାରୀମାନେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରି ୧୭ ଲକ୍ଷ ଟଙ୍କା ଦାବି କରିଛନ୍ତି। ଏ ନେଇ ରାମଚନ୍ଦ୍ରଙ୍କ ପତ୍ନୀ ଆଜି ଧଉଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଅପହରଣକାରୀମାନଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ। ତେଣୁ ରାମଚନ୍ଦ୍ରଙ୍କ ପରିବାରଲୋକେ ଚିନ୍ତାରେ ପଡ଼ିଥିବା ବେଳେ ପୁଲିସ ତାଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ରାମଚନ୍ଦ୍ରଙ୍କ ପତ୍ନୀ ଟୁନିଲତାଙ୍କ ଅଭିଯୋଗ ଅନୁସାରେ ଅପହରଣକାରୀମାନେ ତାଙ୍କୁ ଫୋନ୍‌ କରି ୧୭ଲକ୍ଷ ଟଙ୍କା ମାଗିଛନ୍ତି। ଟଙ୍କା ନ ମିଳିଲେ, ସେମାନେ ରାମଚନ୍ଦ୍ରଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ପୁଲିସ ଉକ୍ତ ମୋବାଇଲ୍‌ ନମ୍ବରକୁ ଟ୍ରାକିଂ କରି ଅପହରଣକାରୀମାନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛି। ଅପହରଣକାରୀମାନେ ଶିଶୁପାଳଗଡ଼ ଅଞ୍ଚଳର ବୋଲି ସୁରାକ୍ ମିଳିଛି। ଜମି କିଣାବିକା ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଥିଲା ଓ ଉକ୍ତ ଗଣ୍ଡଗୋଳକୁ କେନ୍ଦ୍ର କରି ସେମାନେ ରାମଚନ୍ଦ୍ରଙ୍କୁ ଅପହରଣ କରି ନେଇଛନ୍ତି ବୋଲି ଟୁନିଲତା ସନ୍ଦେହ କରିଛନ୍ତି। ତେଣୁ ସେହି ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe