ଧାର୍ ଟଙ୍କା ନ ଦେବାରୁ ଅପହରଣ କରି ପିଟିଲେ, ଫିଙ୍ଗିଦେଲେ

Advertisment
ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ଭୁବନେଶ୍ବର : ଋଣ ଲାଗିଥିବା ୪୦ ଲକ୍ଷ ଟଙ୍କା ଆଦାୟ କରିବାକୁ ଯା‌ଇ ଦୁର୍ବୃତ୍ତମା‌ନେ ଜଣେ ଯୁବକଙ୍କୁ ଅପହରଣ କରିବା ପରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ଓ ପରେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ରାସ୍ତା କଡ଼କୁ ଫିଙ୍ଗି ଦେଇ ପଳାଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଖଣ୍ଡଗିରି କସ୍‌ମୋପଲିସ୍‌ରେ ରହୁଥିବା ଶୁଭମ୍‌ ମହାନ୍ତି। ଏବେ ଶୁଭମ୍‌ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଶୁଭମ୍‌ ଜମି କିଣିବାକୁ ଖଣ୍ଡଗିରି ଅଞ୍ଚଳର ହିମାଂଶୁଙ୍କ ପାଖରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଧାର୍ ସୂତ୍ରରେ ନେଇଥିଲେ। କିନ୍ତୁ ଚୁକ୍ତି ଅନୁସାରେ ଶୁଭମ୍‌ ଟଙ୍କା ସୁଝିନଥିଲେ। ଏହାକୁ ନେଇ ହିମାଂଶୁ ବାରମ୍ବାର ଧମକ ଦେଇଥିଲେ ମଧ୍ୟ ଶୁଭମ୍‌ କିଛି ଶୁଣିନଥିଲେ। ଗତକାଲି ଶୁଭମ୍‌ ଡୁମୁଡୁମା ଛକରେ ଛିଡ଼ା ହୋଇଥିବା ବେଳେ ହିମାଂଶୁ ୨ଜଣ ସହଯୋଗୀଙ୍କ ସହ ଆସି ତାଙ୍କୁ ଉଠାଇ ନେଇଥିଲେ। ଏକ ନିର୍ଜନ ସ୍ଥାନକୁ ନେଇ ନିସ୍ତୁକ ପିଟି ପିଟି ହାତ ଓ ଗୋଡ଼ ଭାଙ୍ଗି ଦେଇଥିଲେ। ପ୍ରବଳ ମାଡ଼ ଖାଇ ଶୁଭମ୍ ଅଚେତ୍ ହୋଇଯାଇଥିଲେ। ଏହା ପରେ ସେମାନେ ଶୁଭମ୍‌ଙ୍କୁ ରାସ୍ତାକଡ଼କୁ ଗଡ଼ାଇ ପଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe