ଦାଦାବଟି ପାଇଁ ବିଲ୍‌ଡରଙ୍କୁ ଅପହରଣ, ୨ଗିରଫ

Advertisment
ମାଂସ ପାଇଁ ଦୋକାନୀଙ୍କୁ ଆକ୍ରମଣ, ୨ ଗିରଫ

ClipartLogo.com

ପୁରୁଣା ଭୁବନେଶ୍ୱର : ଦାଦାବଟି ପାଇବାରେ ବିଫଳ ହେବା ପରେ ଜଣେ ବିଲ୍‌ଡରଙ୍କୁ ଅପହରଣ କରି ନେଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଏୟାର୍‌ ଫିଲ୍‌ଡ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ ବାଲିଅନ୍ତା ଥାନା ଜଗନ୍ନାଥପୁର ଅଞ୍ଚଳର ନରେନ୍ଦ୍ର ପ୍ରଧାନ(୫୦) ଓ କଟକ ସଦର ଥାନା ଗବସ୍ତର ଯଶୋବନ୍ତ ପ୍ରଧାନ(୩୩)। ପୁଲିସ ସୂଚନାନୁସାରେ ଏୟାର୍‌ ଫିଲ୍‌ଡ ଥାନା ଅଧୀନ କଲ୍ୟାଣ ପ୍ଲାଜାରେ ବିଲ୍‌ଡର ସଂଗ୍ରାମ ଜେନା ରୁହନ୍ତି। ପୂର୍ବରୁ ସେ ଅଭିଯୁକ୍ତ ନରେନ୍ଦ୍ର ସହ ମିଶି ଜମିବାଡ଼ି ବେପାର କରୁଥିଲେ। କଟକ ସଦର ଅଞ୍ଚଳରେ ଏକ ପ୍ରୋଜେକ୍ଟ କାମ ଚାଲିଥିବାବେଳେ ଟଙ୍କା ନେଣଦେଣକୁ କେନ୍ଦ୍ର କରି ଦୁଇଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ନରେନ୍ଦ୍ର ବାରମ୍ବାର ସଂଗ୍ରାମଙ୍କୁ ଟଙ୍କା ମାଗୁଥିଲା। ଗତ ୧୩ ତାରିଖରେ ନରେନ୍ଦ୍ର ଓ ଯଶୋବନ୍ତ କଲ୍ୟାଣ ପ୍ଲାଜାକୁ ଆସି ସଂଗ୍ରାମଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ‌ସେ ଟଙ୍କା ନ ଦେବାରୁ ସେମାନେ ତାଙ୍କୁ ଏକ ଗାଡ଼ିରେ ଉଠାଇ ନେଇଥିଲେ। ପରେ ଅବଶ୍ୟ ସେମାନେ ସଂଗ୍ରାମଙ୍କୁ ତ୍ରିଶୂଳିଆ ନିକଟରେ ଛାଡ଼ି ଦେଇଥିଲେ। କିନ୍ତୁ ସଂଗ୍ରାମ ଏୟାର୍‌ ଫିଲଡ଼୍ ଥାନାରେ ପହଞ୍ଚି ତାଙ୍କୁ ଦାଦାବଟି ମାଗିବା ଓ ଟଙ୍କା ନ ପାଇବାରୁ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ଏହା ମଧ୍ୟରେ ହାଇଟେକ୍ ପ୍ଲାଜା ସିକ୍ୟୁରିଟି ସୁପରଭାଇଜର ଅପହରଣ ମାମଲାକୁ ଅଢ଼େଇ ମାସ ବିତି ସାରିଥିଲେ ମଧ୍ୟ ପୁଲିସ ହାତବାନ୍ଧି ବସିଛି। ସୁପରଭାଇଜର କୈବଲ୍ୟରାଜ ପଟ୍ଟନାୟକ ଓରଫ ଲୁନାଙ୍କୁ ଗତ ଜୁନ୍ ୭ ତାରିଖରେ ଅପହରଣ କରାଯାଇଥିଲା। ୩ଜଣ ଦୁର୍ବୃତ୍ତ ଖଣ୍ଡା ଓ ବନ୍ଧୁକ ଦେଖାଇ ଏକ କାର୍‌ରେ ଉଠାଇନେବା ସହ ବାଟରେ ତାଙ୍କୁ ନିର୍ଧୁମ୍ ମାଡ଼ ମାରିଥିଲେ ଓ ବରମୁଣ୍ଡାରେ ଛାଡ଼ି ପଳାଇଥିଲେ। ପୁଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ପତ୍ତା ପାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe