ନାବାଳିକାକୁ ଅପହରଣ ଓ ବିବାହ ଉଦ୍ୟମ, ଉଦ୍ଧାର କଲା ବାଲ୍ୟ ବିବାହ ନିରୋଧ କମିଟି

ଅଭିଯୁକ୍ତ ଫେରାର୍

ପାକିସ୍ତାନରେ ବଢୁଛି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର : ନିଜ ପିଲାମାନଙ୍କ ସହ ବଜାରକୁ ଯାଇଥିବା ଦୁଇ ହିନ୍ଦୁ ମହିଳାଙ୍କୁ ଅପହରଣ

YouTube

ବାଲିଅନ୍ତା: ସରକଣା ପଞ୍ଚାୟତ ବାଲ୍ୟ ବିବାହ ନିରୋଧ କମିଟି ଗତ ରାତିରେ ୧୭ ବର୍ଷୀୟା ଜଣେ ନାବାଳିକାକୁ ଉଦ୍ଧାର କରିବା ସହ ରୁଚିକା ଚାଇଲ୍‌ଡ ଲାଇନ୍‌କୁ ହସ୍ତାନ୍ତର କରିଛି। ଜଣେ ଯୁବକ ନାବାଳିକାକୁ ଅପହରଣ କରି ତାକୁ ବିବାହ ପାଇଁ ଉଦ୍ୟମ କରୁଥିବା ବେଳେ ବାଳକାଟି ଓ ବାଲିଅନ୍ତା ପୁଲିସ୍‌ ସହାୟତାରେ କମିଟି ଚଢ଼ଉ କରିଥିଲା। ତେବେ ଏ ସଂପର୍କରେ ଆଗୁଆ ସୂଚନା ପାଇ ଅଭିଯୁକ୍ତ ଯୁବକଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ପୁଲିସ୍‌ ତାକୁ ଧରିବା ପାଇଁ ତନାଘନା ଚଳାଇଛି। ଅପରପକ୍ଷେ ଉଦ୍ଧାର ନାବାଳିକାଙ୍କୁ ତା’ର ବାପା-ମା’ ଘରକୁ ନେବାକୁ ଅମଙ୍ଗ ହେବାରୁ ଜିଲ୍ଲା ଶିଶୁ ମଙ୍ଗଳ ସଂସ୍ଥାର ପରାମର୍ଶକ୍ରମେ ନାବାଳିକାକୁ କୌଣସି ହେଲପଲାଇନ୍‌ରେ ଛଡ଼ାଯିବ ବୋଲି ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି।

ସୂଚନାନୁଯାୟୀ, ଅନ୍ଧୋଟି ଗ୍ରାମର ୨୭ବର୍ଷର ଯୁବକ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା। ଏ ସଂପର୍କରେ ପରିବାରଲୋକ ଉଭୟ ବେଣ୍ଟପୁର ଓ ସରକଣା ପଞ୍ଚାୟତର ବାଲ୍ୟବିବାହ ନିରୋଧ କମିଟିରେ ଜଣାଇଥିଲେ। ଅଭିଯୋଗ ପାଇବା ପରେ କମିଟିର ପ୍ରମୁଖ କାର୍ଯ୍ୟକର୍ତ୍ତା ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ୱାର୍ଡ ସଭ୍ୟ ଏବଂ ଦୁଇ ପଞ୍ଚାୟତର ସରପଞ୍ଚ ପ୍ରମୁଖ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଗତ ବିଳମ୍ବିତ ରାତିରେ ପରିବାରଲୋକଙ୍କ ସହାୟତାରେ ଅପହରଣକାରୀ ଯୁବକଜଣଙ୍କ ନାବାଳିକାକୁ ବିବାହ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ସହାୟତାରେ ସରକଣା ପଞ୍ଚାୟତ ବାଲ୍ୟ ବିବାହ ନିରୋଧ କମିଟି ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିଥିଲା। ଖବର ପାଇ ସାମନ୍ତରାପୁରସ୍ଥିତ ରୁଚିକା ଚାଇଲ୍ଡଲାଇନ୍‌ ସଂସ୍ଥାର ଦୁଇଜଣ କର୍ମୀ ପହଞ୍ଚିବା ପରେ ନାବାଳିକାଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe