ଗର୍ଭବତୀ ନାବାଳିକାଙ୍କୁ ଅପହରଣ ଅଭିଯୋଗ: ବନ୍ଧା ହେଲା ଭଣ୍ଡ ପ୍ରେମିକ

ସାଙ୍ଗକୁ ଫସାଇବା ଷଡ଼୍‌ଯନ୍ତ୍ର ଫେଲ୍‌

୨ ଥାନା ଇଲାକାରେ ଗୋଷ୍ଠୀ ସଂଘର୍ଷ, ମାରପିଟ୍ ମାମଲା:୧୪ ଅଭିଯୁକ୍ତ ଗିରଫ

Image Courtesy of India Today

ମେଣ୍ଢାଶାଳ: ବାହା ହେବାର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କୁ ଫସାଇଲା ଧୂର୍ତ୍ତ। ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା। ଗର୍ଭବତୀ ହେବା ପରେ ନାବାଳିକାଙ୍କୁ ନିଜ ବନ୍ଧୁ କାନ୍ଧରେ ଝୁଲାଇବାକୁ ସଙ୍ଗିନ୍‌ ଷଡ଼୍‌ଯନ୍ତ୍ର ରଚିଲା। ତେଣୁ ଅପହରଣ କରିନେଇ ବନ୍ଧୁ ପାଖରେ ଛାଡ଼ିଦେଲା। ମାତ୍ର ଷଡ଼୍‌ଯନ୍ତ୍ର କାମ କଲାନି। ଶେଷରେ ନିଜେ ଫସିଲା ଏବଂ ଆଜି ଝାରପଡ଼ା ଜେଲ୍‌ ହାଜତକୁ ଯାଇଛି। ଘଟଣାଟି ଚନ୍ଦକା ଅଞ୍ଚଳରେ ବେଶ୍‌ ଆଲୋଡନ ସୃଷ୍ଟି କରିଛି। ଚନ୍ଦକା ପୁଲିସ କୋର୍ଟ ଚାଲାଣ କରିଥିବା ଭଣ୍ଡ ପ୍ରେମିକ ହେଉଛି ସ୍ଥାନୀୟ ବାରବଖରିଆ ଚନ୍ଦନପୁରର ପ୍ରକାଶ କୁମାର ଭଞ୍ଜ ଓରଫ୍‌ ଗୋପାଳ(୨୩)।

ପୁଲିସ ସୂଚନାନୁସାରେ ଗୋପାଳ ଉକ୍ତ ନାବାଳିକାଙ୍କୁ ପ୍ରେମ ଫାସରେ ଫସାଇ ବହୁଥର ଶାରୀରିକ ସମ୍ପର୍କ ରଖିବାରୁ ସେ ଗର୍ଭବତୀ ହେଲେ। ନାବାଳିକା ୨ ମାସର ଗର୍ଭବତୀ ହେବା ଜାଣିବା ପରେ ଗତ ୧୨ ତାରିଖରେ ଗୋପାଳ ବାହା ହେବାକୁ କହି ତାଙ୍କୁ ଘରୁ ନେଇପଳାଇଥିଲା। ନାବାଳିକାଙ୍କ ପରିବାର ଲୋକେ ୧୩ ତାରିଖରେ ଚନ୍ଦକା ଥାନାରେ ଅପହରଣ ଅଭିଯୋଗ କଲେ। ଏଣେ ଗୋପାଳ ନାବାଳିକାଙ୍କୁ ନେଇ ଆଠଗଡ଼ରେ ଜଣେ ସାଙ୍ଗ ପାଖରେ ଛାଡ଼ି ଚାଲିଆସିଲା। ଏମିତିକି ନାବାଳିକା ଏକ ଖରାପ ଝିଅ ଓ ଇଛା କଲେ ତା’ ସହ ଶାରୀରିକ ସମ୍ପର୍କ ରଖିପାରିବ ବୋଲି ଗୋପାଳ ସାଙ୍ଗକୁ କହିଥିଲା। ତେବେ ସାଙ୍ଗ ଯେତେବେଳେ ନାବାଳିକାର ନିକଟତ୍ତର ହେଲା, ସତ ଜାଣିଗଲା। ନାବାଳିକା ତାଙ୍କୁ ସବୁ ସତ କହିଲା।

ନାବାଳିକା ଗର୍ଭବତୀ ବୋଲି ଜାଣିବା ପରେ ସାଙ୍ଗର ମୁଣ୍ଡ ଘୂରାଇ ଦେଇଥିଲା। ସେ ତୁରନ୍ତ ଗୋପାଳକୁ ଫୋନ୍‌ କଲା। କିନ୍ତୁ ଧୂର୍ତ୍ତ ଗୋପାଳର ମୋବାଇଲ୍‌ ସୁଇଚ୍ ଅଫ୍ ଥିଲା। ତେଣୁ ସାହସ କରି ସାଙ୍ଗ ନାବାଳିକାକୁ ଧରି ତାଙ୍କ ଘରକୁ ଆସିଥିଲା ଏବଂ ପରିବାର ଲୋକଙ୍କ ଜିମା ଦେଇଥିଲା। ପରିବାର ଲୋକଙ୍କଠାରୁ ଖବର ପାଇ ଚନ୍ଦକା ଥାନା ପୁଲିସ ଉଭୟ ନାବାଳିକା ଓ ଗୋପାଳର ଆଠଗଡ଼ ସାଙ୍ଗକୁ ଥାନାକୁ ନେଇ ପଚରାଉଚରା କରିଥିଲା। ନାବାଳିକାଙ୍କ ବୟ‌ାନ ରେକର୍ଡ କରାଯାଇଥିଲା। ଆଠଗଡ଼ର ଉକ୍ତ ଯୁବକଙ୍କ ପାଇଁ ନାବାଳିକା ବଞ୍ଚିଗଲେ ବୋଲି କହିବା ପରେ ପୁଲିସ ତାଙ୍କୁ ଛାଡ଼ିଦେଇଥିଲା। ଏହା ଭିତରେ ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗୋପାଳକୁ ତା’ର ଜଣେ ସମ୍ପର୍କୀୟଙ୍କ ଘରୁ ଉଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe