୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଦୁଇ କିଡ୍‌ନି ଅଚଳ

Advertisment

ଚିକିତ୍ସା ସହାୟତା ପାଇଁ ପିତାମାତାଙ୍କ ଆକୁଳ ନିବେଦନ

ଚିକିତ୍ସା ସହାୟତା ପାଇଁ ପିତାମାତାଙ୍କ ଆକୁଳ ନିବେଦନ

୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଦୁଇ କିଡ୍‌ନି ଅଚଳ

ଭୁବନେଶ୍ୱର : ଯେଉଁ ବୟସରେ ପିଲାମାନେ ଖେଳକୁଦ ଓ ପାଠ ପଢ଼ୁଛନ୍ତି ସେହି ସମୟରେ ବାଲିପାଟପୁର କଲୋନି ପ୍ରୋଜେକ୍ଟ ୟୁ.ପି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ଆଲୋକ ଆଜି ମୃତ୍ୟୁ ସହ ସଂଘର୍ଷ କରୁଛି। ଦୁନିଆ ଦେଖିବା ଆଗରୁ କେତେବେଳେ ଆଖି ବୁଜିଯିବ। ଏହି ନୀରିହ କୋମଳମତି ପୁଅଟି ପାଇଁ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର।

ଖୋର୍ଧା ଜିଲ୍ଲା କନ୍ତଳବାଇ ପଞ୍ଚାୟତ ଗୋବର୍ଧନପୁର କଲୋନିର ପାନ ଦୋକନୀ ନବକୁମାର ଦାସ ଓ ମା କମଳାଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଆଲୋକ ଦାସ। ମାତ୍ର ୧୨ବର୍ଷ ବୟସରେ ତାଙ୍କର ଉଭୟ କିଡ୍‌ନି ଅଚଳ ହୋଇଯାଇଛି। ୬ମାସ ତଳେ ଆଲୋକଙ୍କୁ ବାନ୍ତି ହେବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଭଲ ନ ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତଥାପି କିଛି ଲାଭ ମିଳି ନ ଥିଲା। ଭୁବନେଶ୍ୱର, କଟକଠାରୁ ଆରମ୍ଭ କରି ବେଙ୍ଗାଲୁରୁ ପର୍ଯ୍ୟନ୍ତ ସବୁ ବଡ଼ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ସାରିଲେଣି। କିନ୍ତୁ ସବୁଠି ସେହି ଗୋଟଏ କଥା କିଡ୍‌ନି ପ୍ରତିରୋପଣ ଯଥାଶୀଘ୍ର ନ କଲେ ତାଙ୍କ ମୃତ୍ୟୁ ନିଶ୍ଚିତ। ପ୍ରତିରୋପଣ ଅସ୍ତ୍ରୋପ୍ରଚାର ପାଇଁ ୭ରୁ ୧୦ଲକ୍ଷ ଟଙ୍କା ଦରକାର ପଡ଼ୁଛି। କିନ୍ତୁ ପୁଅର ଏହି ରୋଗର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି।

ଗରିବ ପରିବାର, ପାନ ଦୋକାନରୁ ଯାହା ଲାଭ ମିଳେ ସେଥିରୁ ଗୁଜୁରାଣ ମେଣ୍ଟାନ୍ତି। ତଥାପି ମନୋବଳ ନଭାଙ୍ଗି ନବ ଘରଦ୍ୱାର ବିକ୍ରି କରି ପୁଅକୁ ଚିକିତ୍ସା କରାଉଛନ୍ତି। ଏବେ ଆଲୋକର ଦେହ ଦିନକୁ ଦିନ ଅସୁସ୍ଥ ହେବାରେ ଲାଗିଛି। ଏଥିପାଇଁ ଥରକୁ ୩୦୦୦ଟଙ୍କା ଦରକାର ପଡ଼ୁଛି। କିନ୍ତୁ ସମ୍ବଳର ଅଭାବ ହେତୁ ତାଙ୍କ ପୁଅଙ୍କୁ ବଞ୍ଚାଇବା ତାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ଅଲିଅଳି ପୁଅ ପାଇଁ ଦୋକାନ ପରେ ଏବେ ଘରବନ୍ଧା ପଡ଼ିଛି ବୋଲିି କୋହଭରା କଣ୍ଠରେ କହିଛନ୍ତି ନବ। ପୁଅକୁ ଆରୋଗ୍ୟ କରିବା ପାଇଁ ଯଥାପ୍ରାଣ ଉଦ୍ୟମ ଜାରି ରଖିଥିବା ବେଳେ ସରକାରୀ ସହାୟତା ମଧ୍ୟ ଏଯାଏଁ ମିଳିପାରି ନାହିଁ। ସବୁଠାରେ ହାରିଯାଇଛନ୍ତି ପରିବାର। ଶେଷରେ ଏବେ ମା କମଳା ନିଜର କିଡ୍‌ନି ଦେଇ ପୁଅର ଜୀବନ ବଞ୍ଚାଇବାକୁ ଚାହୁଁଛନ୍ତି। କିନ୍ତୁ ଅର୍ଥର ଅଭାବ ଯୋଗୁ ସେତକ କରିବା ପାଇଁ ମଧ୍ୟ ମୋନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ଏବେ କେବଳ ସାହାଯ୍ୟ ଆଶାରେ। ସେଥିପାଇଁ ସହୃଦୟ ବ୍ୟକ୍ତ କିମ୍ବା ଅନୁଷ୍ଠାନ ପକ୍ଷରୁ ଆଲୋକ ଲାଗି ସାହଯ୍ୟ ଓ ସହାୟତା କରିବାକୁ ଚାହୁଁଛନ୍ତି ତେବେ ୯୫୮୩୬୫୫୪୦୪ ଓ ୮୩୪୨୯୪୯୪୨୬ ନମ୍ବରରେ ଯୋଗାଯୋଗ ପାଇଁ ତାଙ୍କ ପିତାମାତା ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe