ଚନ୍ଦ୍ରଶେଖରପୁର: ବାତ୍ୟା ‘ଫନି’ରେ ଉଜୁଡ଼ି ଯାଇଥିବା କିଟ୍ କ୍ୟାମ୍ପସ୍ର ସବୁଜିମାକୁ ଫେରାଇ ଆଣିବା ଲାଗି ଆଜି ଅନୁଷ୍ଠାନ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି। କିଟ୍ ଓ କିସ୍’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ ପ୍ରାୟ ୧୦ ହଜାର କର୍ମଚାରୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍ ଓ ଏହାର ଆଖପାଖ ଅଞ୍ଚଳରେ ୫୦ ହଜାର ଚାରାରୋପଣ କରିବା ସହ ବଡ଼ ହେବା ପର୍ଯ୍ୟନ୍ତ ତାହାର ଯତ୍ନ ନେବେ ବୋଲି ଶପଥ ପାଠ କରିଥିଲେ। ଆଜି ଅନୁଷ୍ଠିତ ଏହି ବନ ମହୋତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସମେତ ସଂପାଦକ ଆର୍. ଏନ୍ ଦାଶ, ବହୁ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
୫୦ ହଜାର ଗଛ ପୋତିଲେ କିଟ୍ ଓ କିସ୍ କର୍ମଚାରୀ
Advertisment
Follow Us