ଛଟ୍‍ ପୂଜା କଲେ କିଟ୍‍ ଛାତ୍ରଛାତ୍ରୀ

Advertisment
ଛଟ୍‍ ପୂଜା କଲେ କିଟ୍‍ ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର: କିଟ୍‍ ବିଶ୍ୱବିଦ୍ୟାଳୟରେ ଛଟ୍‍ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଓ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଉତ୍ତର ଭାରତର ଛାତ୍ରଛାତ୍ରୀମାନେ ଯୋଗଦେଇ ଛଠି ମାତାଙ୍କ ଆରାଧନା କରିଥିଲେ।

ଛଟ୍‍ ପୂଜା ଅବସରରେ ପ୍ରଫେସର ସାମନ୍ତ ସମବେତ ଛାତ୍ରଛାତ୍ରୀଙ୍କୁ ଛଟ୍‍ ଅଭିନନ୍ଦନ ଜଣାଇବା ସହ ଛଠି ମା’ ସମସ୍ତଙ୍କୁ ସୁସ୍ଥ ରଖିବା ସହ ସୂର୍ଯ୍ୟଦେବ ସମସ୍ତଙ୍କ ଜୀବନରେ ଭଲପାଇବା, ଖୁ‍ସି, ଶାନ୍ତି ଓ ସମୃଦ୍ଧିରେ ଆଲୋକିତ କରନ୍ତୁ ବୋଲି କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe