ନିଃସନ୍ତାନ ଦମ୍ପତିଙ୍କୁ ପିତାମାତା ହେବାର ସୁଯୋଗ ଦେଉଛି କିମ୍‍ସ

Advertisment

କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ

କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ

ନିଃସନ୍ତାନ ଦମ୍ପତିଙ୍କୁ ପିତାମାତା ହେବାର ସୁଯୋଗ ଦେଉଛି କିମ୍‍ସ

Medical Dialogues

ଚନ୍ଦ୍ରଶେଖରପୁର: କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ ପାଳିତ ହୋଇଯାଇଛି। ୧୯୭୮ରେ ବିଶ୍ୱର ପ୍ରଥମ ଟେଷ୍ଟଟ୍ୟୁବ୍ ଶିଶୁ ଲୁଇସ୍ ବ୍ରାଉନ୍‌ଙ୍କ ଜନ୍ମକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୫ରେ ବିଶ୍ୱ ଆଇଭିଏଫ୍ ଦିବସ ପାଳନ କରାଯାଏ। ୨୦୧୭ ମସିହାରେ କିମ୍‍ସ ଏକ ଇନ୍‌ଭିଟ୍ରୋ ଫର୍ଟିଲାଇଜେସନ୍‍ (ଆଇଭିଏଫ କେନ୍ଦ୍ର) ପ୍ରତିଷ୍ଠା କରାଯାଇ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ଲାଭର ସୁଯୋଗ ଦେଇ ଆସୁଛି। କିମ୍‍ସ ସେଣ୍ଟର ଫର ରିପ୍ରଡକ୍ଟିଭ୍‍ ମେଡିସିନ୍‍ (ସିଆରଏମ୍‍) ଭାବେ ଜଣାଶୁଣା ଏହି ଆଇଭିଏଫ ବିଜ୍ଞାନାଗାରରେ ସର୍ବୋତ୍ତମ ଜ୍ଞାନକୌଶଳ ଓ ଉନ୍ନତ ଭିତ୍ତିଭୂମି ରହିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୫୦୦ରୁ ଊର୍ଦ୍ଧ୍ୱ ଟେଷ୍ଟଟ୍ୟୁବ୍ ଶିଶୁ ଜନ୍ମ ହୋଇସାରିଲେଣି।

କିମ୍‍ସ ସେଣ୍ଟର ଫର ରିପ୍ରଡକ୍ଟିଭ୍‍ ମେଡିସିନ୍‍ (ସିଆରଏମ୍‍)ର ମୁଖ୍ୟ ପରାମର୍ଶଦାତା ଭାବେ ଡା. ମୌସୁମୀ ଆଚାର୍ଯ୍ୟ ପରାମର୍ଶ ଦେଇ ଆସୁଛନ୍ତି। ଆଜି ବିଶ୍ୱ ଆଇଭିଏଫ୍‍ ଦିବସ ପାଳନ ଅବସରରେ ଡା. ଆଚାର୍ଯ୍ୟ କହିଛନ୍ତି, ଯେତେ ପ୍ରକାର ବନ୍ଧ୍ୟା ରୋଗ ଚିକିତ୍ସା ରହିଛି ତନ୍ମଧ୍ୟରୁ ଆଇଭିଏଫ ପ୍ରାଣାଳୀ ଉଭୟ ପୁରୁଷ ଓ ମହିଳାଙ୍କ ବନ୍ଧ୍ୟାଦୋଷ ନିବାରଣ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରୁଛି।

ଏହି ପ୍ରଣାଳୀ ସ୍ୱଳ୍ପ ଖର୍ଚ୍ଚ ଓ ସର୍ବନିମ୍ନ ପାର୍ଶ୍ବ ପ୍ରତିକ୍ରିୟା ସହ ଅତ୍ୟନ୍ତ ନିରାପଦ ପଦ୍ଧତି ବୋଲି ଡା. ଆଚାର୍ଯ୍ୟ କହିଛନ୍ତି। କିମସ୍‌ର ଆଇଭିଏଫ୍ କେନ୍ଦ୍ର ଅନେକ ନିଃସନ୍ତାନ ଦମ୍ପତିଙ୍କ ମୁହଁରେ ହସ ଫୁଟାଇ ପାରିଛି ବୋଲି କିମସ୍ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗୀୟ ମୁଖ୍ୟ ଡା. ଜ୍ୟୋସ୍ନାମୟୀ ପଣ୍ଡା କହିଛନ୍ତି। ଏହା ବନ୍ଧ୍ୟା ସମସ୍ୟାର ସମାଧାନ ପାଇଁ ବିଶେଷ ଭାବେ ସହାୟକ ହୋଇପାରିଛି ବୋଲି ବିଭାଗୀୟ ବରିଷ୍ଠ ଡାକ୍ତର ପ୍ରଫେସର ଡା. ସୁଧାଂଶୁ କୁମାର ରଥ କହିଛନ୍ତି। ବନ୍ଧ୍ୟାଦୋଷକୁ ଏକ ରୋଗ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। ଉପଯୁକ୍ତ ସମୟରେ ଚିକିତ୍ସା କରାଯାଇପାରିଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ଡା. ରଥ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe