ଏସ୍କର୍ଟ ସର୍ଭିସ ନାରେ ଠକେଇ: ଭୁବନେଶ୍ବରରେ ମହିଳା କିଙ୍ଗ୍‌ପିଙ୍ଗ୍‌ ଗିରଫ

Advertisment
ଏସ୍କର୍ଟ ସର୍ଭିସ ନାରେ ଠକେଇ: ଭୁବନେଶ୍ବରରେ ମହିଳା କିଙ୍ଗ୍‌ପିଙ୍ଗ୍‌ ଗିରଫ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଅନ୍‌ଲାଇନ୍‌ ଏସ୍କର୍ଟ ସର୍ଭିସ ନାରେ ଠକେଇର ପର୍ଦ୍ଦାଫାସ କରିଛି। ମହିଳା କିଙ୍ଗ୍‌ପିନ୍କୁ ପୁଲିସ କବଜା କରିଛି। ମୁଖ୍ୟ ଅଭିଯୁକ୍ତକୁ ସାଇବର ପୁଲିସ ଭୁବନେଶ୍ବରସ୍ଥିତ ନୟାପଲ୍ଲୀ ଥାନା ଅଞ୍ଚଳରୁ ଗିରଫ କରିଛି। ଏହି ଦଲାଲମାନେ ଅନଲାଇନ୍‌ରେ ନକଲି ୱେବ୍‌ସାଇଟ ଖୋଲି ଲୋକଙ୍କୁ ଠକୁଥିଲେ। ଗୁଗୁଲରେ ଏସ୍କର୍ଟ ସର୍ଭିସ ସର୍ଚ୍ଚ କଲେ ଏହି ଠକ ଗ୍ୟାଙ୍ଗର ୱେବସାଇଟ ସାମ୍ନାକୁ ଆସୁଥିଲା। ୱେବସାଇଟ୍‌ ଭିତରେ ପଶିଲେ ଯୋଗାଯୋଗ କରିବା ପାଇଁ ନମ୍ବର ମିଳୁଥିଲା। ନମ୍ବରରେ ଯୋଗାଯୋଗ କଲେ ଝିଅଙ୍କ ଫଟୋ ମିଳୁଥିଲା। ଫଟୋ ପସନ୍ଦ କରିବା ପରେ ଦଲାଲ ଆଗ ପେମେଣ୍ଟ ନେଉଥିଲେ। ପେମେଣ୍ଟ ନେବା ପରେ ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ଜାଗାକୁ ଆସି ଝିଅ ନେବା ପାଇଁ କହୁଥିଲେ। ହେଲେ ଗ୍ରାହକ ସେହି ଜାଗାରେ ପହଞ୍ଚିବା ସମୟରେ ଝିଅ ଦେଖା ମିଳୁନଥିଲା।

ଏହି ମାମଲାରେ ପୂର୍ବରୁ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୬୨,୫୦୦ ଟଙ୍କା ଜବତ ହେବା ସହ ଲକ୍ଷାଧିକ ଟଙ୍କା ଫ୍ରିଜ୍ ହୋଇଥିଲା। ସାଇବର ଥାନା ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe