ସ୍ୱତନ୍ତ୍ର ପ୍ରଦେଶ ଗଠନରେ ରାମଚନ୍ଦ୍ରଙ୍କ ଭୂମିକା ଅତୁଳନୀୟ

Advertisment

ରାଜା ରାମଚନ୍ଦ୍ର ମର୍ଦରାଜ ଦେଓ ଜୟନ୍ତୀ ସମାରୋହ

ରାଜା ରାମଚନ୍ଦ୍ର ମର୍ଦରାଜ ଦେଓ ଜୟନ୍ତୀ ସମାରୋହ

ସ୍ୱତନ୍ତ୍ର ପ୍ରଦେଶ ଗଠନରେ ରାମଚନ୍ଦ୍ରଙ୍କ ଭୂମିକା ଅତୁଳନୀୟ

????????????????????????????????????

ଭୁବନେଶ୍ୱର: ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଯେଉଁ କେତେଜଣ ପ୍ରଗତିଶୀଳ ନେତା ଓଡ଼ିଶାର ଶିକ୍ଷା, ସଂସ୍କୃତି ଓ ଭାଷା ପାଇଁ କାର୍ଯ୍ୟ କରିଥିଲେ ସେମାନଙ୍କ ମଧ୍ୟରେ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦରାଜ ଅନ୍ୟତମ। ରାଜା ରାମଚନ୍ଦ୍ର ଫିଲିପ୍‌ ଡଫ୍‌ କିମିଟିକୁ ରାଜି କରାଇବା ହେତୁ ସ୍ୱତନ୍ତ୍ର ଓଡ଼ିଶା ଗଠନର ରାସ୍ତା ଖୋଲିଥିଲା। ରମ୍ଭା ରାଜପ୍ରସାଦେରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଅନେକ ବୈଠକ କରାଯାଇଛ। ବାସ୍ତବରେ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ରାଜା ରାମଚନ୍ଦ୍ରଙ୍କ ଭୂମିକା ଅତୁଳନୀୟ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ପୂଜ୍ୟପୂଜା ସାହିତ୍ୟ ସଂସଦ ପକ୍ଷରୁ ଜୟଦେବ ଭବନରେ ରାଜା ରାମଚନ୍ଦ୍ର ମର୍ଦରାଜଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏପରି ମତପ୍ରକାଶ କରିଛନ୍ତି।

ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି କହିଲେ, ତତ୍‌କାଳୀନ ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଶିକ୍ଷା କ୍ଷେତ୍ରରେ ଖଲ୍ଲିକୋଟ ରାଜ ପରିବାର ଅବଦାନ ଅବିସ୍ମରଣୀୟ। ସମ୍ମାନିତ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ କହିଲେ, ଗଞ୍ଜାମ ଜିଲ୍ଲାରେ ସଡ଼କ, ସେତୁ ନିର୍ମାଣଠାରୁ ଆରମ୍ଭ କରି ନାରୀ ଶିକ୍ଷା ପରି ଅନେକ କାର୍ଯ୍ୟ ରାଜା ମର୍ଦରାଜ କରିଛନ୍ତି।

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ବିଧାୟକ ଦେବରାଜ ମହାନ୍ତି ପ୍ରମୁଖ ରାଜାଙ୍କ କୀର୍ତିର ଅବତାରଣା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଭାଗୀୟ ନିର୍ଦେଶକ ଳକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂଜ୍ୟପୂଜା ସଂସଦର ସଭାପତି ଶିଶିର କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe