ନବବଧୂଙ୍କୁ କିନ୍ନର ସନ୍ଦେହ ମାମଲା: ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ

Advertisment

ଆସବାବପତ୍ର ଫେରାଇନେଲେ

ଆସବାବପତ୍ର ଫେରାଇନେଲେ

ନବବଧୂଙ୍କୁ କିନ୍ନର ସନ୍ଦେହ ମାମଲା: ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ

Ommcom News

ବାଲିପାଟଣା: ନବବଧୂଙ୍କୁ କିନ୍ନର ସନ୍ଦେହ କରି ବାପଘରକୁ ପଳାଇଯିବାକୁ ପରୋକ୍ଷରେ ବାଧ୍ୟ କରିଥିବା ବର ଓ ବରଘର ବିରୋଧରେ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି। ଖୋଦ୍‌ ନବବଧୂ ବାଲିପାଟଣା ଥାନାରେ ବରଘର ବିରୋଧରେ ଅଭିଯୋଗ କରିଛନ୍ତି। ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦିଆଯାଇଛି ବୋଲି ନବବଧୂ ଅଭିଯୋଗ କରିଛନ୍ତି। ଆଜି ପୁଲିସ ଉପସ୍ଥିତିରେ କନ୍ୟାଘର ଲୋକେ ବରଘରୁ ବାହାଘର ସମୟରେ ଦିଆଯାଇଥିବା ସମସ୍ତ ଆସବାବପତ୍ର ଓ ଘରକରଣା ସାମଗ୍ରୀ ଫେରାଇ ନେଇଛନ୍ତି। ତେବେ ‌ଯୌତୁକ ବାବଦ ଟଙ୍କା ଓ କିଛି ଗହଣାଗାଣ୍ଠି ଫେରସ୍ତ ହୋଇପାରିନାହିଁ।

ସୂଚନାଯୋଗ୍ୟ ଯେ ବାଲିପାଟଣା ଅଞ୍ଚଳର ଯୁବକ ପିପିଲି ଅଞ୍ଚଳରେ ବିବାହ କରିଥିଲେ। ଗତ ୨ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଆରମ୍ଭରୁ ଏହି ବିବାହକୁ ନେଇ ବିବାଦ ଥିଲା। ଅଷ୍ଟମଙ୍ଗଳାରୁ ବିବାଦ ପଦାକୁ ଆସିଲା। ଷୋହଳ ମଙ୍ଗଳା ପର୍ଯ୍ୟନ୍ତ ଛୁଟି ନେଇଥିବା ଯୁବକ ଅଷ୍ଟମଙ୍ଗଳା ଦିନ ଚାକିରିକୁ ପଳାଇଲେ। ଯୁବତୀଙ୍କଠାରେ ନାରୀସୁଲଭ ଗୁଣ ନଥିବା କହି ସେ ଘରୁ ପଳାଇବା ପରେ ନବବଧୂ ବାପଘରକୁ ଚାଲି ଯାଇଥିଲେ। ଘଟଣାକୁ ନେଇ ଦୁଇ ପକ୍ଷର ମୁରବିମାନେ ଆପୋସ ସମାଧାନ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଶେଷରେ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ସୋମବାର ପୁଲିସ ଉପସ୍ଥିତିରେ ଉଭୟ ପକ୍ଷଙ୍କୁ ନେଇ ଆଲୋଚନା ହୋଇଥିଲା। କିନ୍ତୁ ସ୍ୱାମୀ-ସ୍ତ୍ରୀ ଏକାଠି ରହିବା ପାଇଁ ରାଜି ହୋଇ ନଥିଲେ। ତେଣୁ ଆଜି କନ୍ୟା ପକ୍ଷ ଦେଇଥିବା ଘରକରଣା ସାମଗ୍ରୀ ଓ ଆସବାବପତ୍ର ଫେରସ୍ତ ହୋଇଛି। ନବବଧୂଙ୍କ ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe