ଭଙ୍ଗାଗଲା ଭୁବନେଶ୍ବରର ଚର୍ଚ୍ଚିତ ଢାବା ‘କିଶୋର ଭାଇନା ମଟନ’ ଦୋକାନ

Advertisment
ଭଙ୍ଗାଗଲା ଭୁବନେଶ୍ବରର ଚର୍ଚ୍ଚିତ ଢାବା ‘କିଶୋର ଭାଇନା ମଟନ’ ଦୋକାନ

ଭୁବନେଶ୍ବର: ଆଜି ଭଙ୍ଗାଗଲା ଭୁବନେଶ୍ବରର ଚର୍ଚ୍ଚିତ ଢାବା ‘କିଶୋର ଭାଇନା ମଟନ’। ଏଠାରେ ବିଏମ୍‌ସି ଟିମ୍‌ ପହଞ୍ଚି ବୁଲେଡାଜର ସହାୟତାରେ‘କିଶୋର ଭାଇନା ମଟନ’ ଦୋକାନକୁ ଭାଙ୍ଗିଛି। ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଏହି ଦୋକାନଟି ଆଜି ମାଟିରେ ମିଶିଛି।


ସୂଚନାଯୋଗ୍ୟ, ବିଏମ୍‌ସି ଚଢ଼ଉ କରି ଫୁଡ୍‌ ଲାଇସେନ୍ସ ବାତିଲ କରିଥିଲା। ବିଏମ୍‌ସି ଟିମ୍‌ କହିଥିଲା ଯେ ଏଠାରେ ନକଲି ରଙ୍ଗ ଓ ଏକ୍ସପାରି ସସ୍‌ ବ୍ୟବହାର ହେଉଛି। ହେଲେ ଆଜି ସକାଳୁ କିଶୋର ମଟନ ଖୋଲିଲା ଓ ଯେମିତି ବେପାର ହେବା କଥା ହେଲା। ଜଣାପଡ଼ୁଥିଲା ଯେମିତି କିଛି ହେଇନି। ଢାବା ମାଲିକ କିଶୋର ମଧ୍ୟ ଓଲଟା କଥା କହିଥିଲେ। ତାଙ୍କ କହିବା ଅନୁଯାୟୀ ଏଠାରେ ଚଢ଼ଉ ହୋଇ ନାହିଁ କିମ୍ବା ଫୁଡ୍‌ ଲାଇସେନ୍ସ ବାତିଲ ହୋଇ ନାହିଁ। ବିଏମ୍‌ସି ଟିମ୍‌ କେବଳ ଚଢ଼ଉ କରି ସ୍ବାସ୍ଥ୍ୟକର ପରିବେଶରେ ମଟନ୍‌ ତିଆରି କରିବାକୁ ପରାମର୍ଶ ଦେଇ ଚାଲି ଯାଇଥିଲା।

ବିଏମ୍‌ସି ସହର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଶୋଇ କହିଥିଲେ, ଆମେ କିଶୋର ମଟନରେ ଚଢ଼ଉ କରି ନକଲି ରଙ୍ଗ ଓ ଏକ୍ସପାରି ସସ୍‌ ଜବତ କରିଥିଲୁ। ଫୁଡ୍‌ ଲାଇସେନ୍ସ ବାତିଲ କରିବା ସହ ଦୋକାନ ନ ଖୋଲିବା ପାଇଁ ତାଗିଦ କରିଥିଲୁ। କିନ୍ତୁ ଆଜି ଖବର ପାଇଲୁ କି ସେ ଦୋକାନ ପୁଣି ଖୋଲିଛି। ଏଣୁ ଆମେ ସଦଳବଳ ଚଢ଼ଉ କରିଥିଲୁ। କିନ୍ତୁ ଦୋକାନ ବନ୍ଦ ରହିଥିଲା। ଆସନ୍ତାକାଲି ଆମେ ସକାଳେ ପୁଣି ଥରେ ଚଢ଼ଉ କରିବୁ ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe