Times of India
ପୁରୁଣା ଭୁବନେଶ୍ବର: ମକର ଗୁଡ଼ି ଉଡ଼ାକୁ ନେଇ ଆଜି କଟକରେ କଟକଣା ଲାଗୁ କରାଯାଇଛି। କଟକ ମ୍ୟୁନିସିପାଲିଟି କର୍ପୋରେସନ୍(ସିଏମ୍ସି) ପକ୍ଷରୁ ମାଞ୍ଜା ସୂତା ଗୁଡ଼ି ବିକ୍ରୟ ଓ ବ୍ୟବହାର ଉପରେ ଆଜି ନିଷେଧାଦେଶ ଜାରି କରାଯାଇଛି। ମାତ୍ର ଭୁବନେଶ୍ବରରେ ଏଭଳି କଟକଣା ଲାଗୁ କରାଯାଇନାହିଁ। ଗୁଡ଼ିରେ ମାଞ୍ଜା ସୂତା ବ୍ୟବହାର ବହୁ ବିପଦପୂର୍ଣ୍ଣ। ଏହି ସୂତାରେ କାଚ ଓ ଲୁହା ଗୁଣ୍ଡ ବୋଳା ହୋଇଥିବାରୁ ମଣିଷ ଦେହରେ ବାଜି କ୍ଷତ ସୃଷ୍ଟି କରିଥାଏ। ପୂର୍ବରୁ ମାଞ୍ଜା ସୂତା ବେକରେ ଲାଗି ପ୍ରାଣଘାତକ ସାବ୍ୟସ୍ତ ହୋଇଛି।
ତେଣୁ ଆଜି କଟକରେ ସିଏମ୍ସି ଏଭଳି ଗୁଡ଼ି ଉଡ଼ାକୁ ନିଷିଦ୍ଧ କରିଛି। କିନ୍ତୁ ରାଜଧାନୀରେ ବିଏମ୍ସି ପକ୍ଷରୁ ମାଞ୍ଜା ସୂତା ଗୁଡ଼ିକୁ ନେଇ କୌଣସି କଟକଣା ଲାଗୁ କରାଯାଇନାହିଁ। ଏଭଳି ଗୁଡ଼ି ଉଡ଼ାକୁ ବନ୍ଦ କରିବାକୁ ପୁଲିସ ଓ ବିଏମ୍ସି ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ସୂଚନାଯୋଗ୍ୟ ପୁରୁଣା ଭୁବନେଶ୍ବର ଟାଉନ୍ କ୍ଲବ୍ ଖେଳ ପଡ଼ିଆ, ଭୀମଟାଙ୍ଗି ଛକ, କପିଳେଶ୍ବର ଖେଳ ପଡ଼ିଆ, ପୋଖରିପୁଟ ପଡ଼ିଆ ଆଦି ରାଜଧାନୀରେ ବିଭିନ୍ନ ସ୍ଥାନରେ ଏହି ମାଞ୍ଜା ସୂତା ଓ ଚାଇନା ସୂତା ଗୁଡ଼ି ଉଡ଼ା ଚାଲିଛି।
Follow Us