କିଟି କ୍ୟାସ୍ ଗ୍ରୁପ୍‌ର କର୍ମଚାରୀ ଗିରଫ, ମାଲିକ ଫେରାର୍

୩୦ଲକ୍ଷ ଟଙ୍କା ଅଚଳ କଲା ସାଇବର ଥାନା, ୨ଗୁଣା କରିବାକୁ କହି ୧୨ଲକ୍ଷ ଚୂନ ଲଗାଇଥିଲା

କିଟି କ୍ୟାସ୍ ଗ୍ରୁପ୍‌ର କର୍ମଚାରୀ ଗିରଫ, ମାଲିକ ଫେରାର୍

ଭୁବନେଶ୍ବର : ଆଜି ହଜାରେ ଟଙ୍କା ବିନିଯୋଗ କରନ୍ତୁ, ୧୦ ସପ୍ତାହ ମଧ୍ୟରେ ୨ହଜାର ଟଙ୍କା ଫେରସ୍ତ ପାଆନ୍ତୁ। କିଟି କ୍ୟାସ୍ ଗ୍ରୁପ୍ ନାଁରେ ଠକେଇ ଆପ୍ ଖୋଲି ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ଭୁବନେଶ୍ବର ସାଇବର ଥାନା ପୁଲିସ୍‌ ଆଜି ସଂପୃକ୍ତ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ସେ ହେଲା, ମଧ୍ୟପ୍ରଦେଶ ଚିନ୍ଦଵାର୍‌ର ଗୌରବ ବିଶ୍ବକର୍ମା। ସଂସ୍ଥାର ମୁଖ୍ୟ ବାଲା ଅଗ୍ରଵାଲ୍ ଫେରାର୍‌ ଥିବା ସାଇବର ଥାନା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଅପରପକ୍ଷେ କିଟି କ୍ୟାସ୍ ଗ୍ରୁପ୍‌ର ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ପ୍ରାୟ ୩୦ ଲକ୍ଷ ଟଙ୍କା ମଧ୍ୟ ଅଚଳ କରାଯାଇଛି। ଶୈଳଶ୍ରୀବିହାରର ଅଂଜନ ସାହୁ ଗତ ଫେବ୍ରୁଆରିରେ ପ୍ରାୟ ୧୨ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, କିଟି କ୍ୟାସ୍ ଅନ୍‌ଲାଇନ୍‌ ନାମକ ଏକ ସଂସ୍ଥା ଏକ ଆପ୍ ଖୋଲିଥିଲା। ପ୍ରତ୍ୟେକ ଦିନ ଜୁମ୍‌ରେ ମିଟିଂ କରି ଟଙ୍କା ଦୁଇଗୁଣା କରିବାର ଉପାୟ ବତାଇବା ସହ ଏକ ନିର୍ଦ୍ଦିଷ୍ଟ ଅବଧି ଭିତରେ ଟଙ୍କା ଫେରାଇବେ ବୋଲି କହୁଥିଲା। ମାତ୍ର ନିର୍ଧାରିତ ସମୟ ମଧ୍ୟରେ ଅଞ୍ଜନ ଟଙ୍କା ନ ପାଇବାରୁ ସେ ସାଇବର୍‌ ଥାନାର ଦ୍ବାରସ୍ଥ ହୋଇଥିଲେ। ସାଇବର୍‌ ପୁଲିସ୍‌ ଘଟଣାର ତଦନ୍ତ କରି ମଧ୍ୟପ୍ରଦେଶରୁ ଗୌରବକୁ ଗିରଫ କରିଥିଲା। ଅପରପକ୍ଷେ ସଂସ୍ଥାର ମୁଖ୍ୟ ବାଲା ଅଗ୍ରଵାଲ୍ ଫେରାର୍ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe