କେଏମ୍‌ବିବି ଅଧ୍ୟକ୍ଷ ବିପିୟୁଟି ପରିଚାଳନା ବୋର୍ଡ ସଦସ୍ୟ

Advertisment
କେଏମ୍‌ବିବି ଅଧ୍ୟକ୍ଷ ବିପିୟୁଟି ପରିଚାଳନା ବୋର୍ଡ ସଦସ୍ୟ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟଠାରେ ଥିବା କନକ ମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍‌ବିବି)ର ଅଧ୍ୟକ୍ଷ ଡ.ସୌମ୍ୟଦର୍ଶନ ମହାନ୍ତି ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର ପରିଚାଳନା ବୋର୍ଡ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।

ଗତ ୯ ତାରିଖରେ ବିପିୟୁଟିର ବିଜ୍ଞପ୍ତି ଅନୁସାରେ, ବିଶ୍ବବିଦ୍ୟାଳୟର ୩ ତାରିଖରେ ହୋଇଥିବା ଏକାଡେମିକ୍ କାଉନ୍‌ସିଲ୍‌ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁସାରେ, ଡ.ମହାନ୍ତି ଓ ଭୁବନେଶ୍ବର ବିଆଇଆଇଟିଏମ୍‌ର ଅଧ୍ୟକ୍ଷ ଡ.ମିହିର ରଂଜନ ନାୟକଙ୍କୁ ବୋର୍ଡ ସଦସ୍ୟ ଭାବେ ଚୟନ କରାଯାଇଛି। ଉଭୟ ସଦସ୍ୟ ଆସନ୍ତା ୩ ବର୍ଷ ପାଇଁ ଏହି ଦାୟିତ୍ବ ସମ୍ଭାଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe