ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟସ୍ଥିତ କନକ ମଞ୍ଜରୀ ବ୍ରଜବନ୍ଧୁ (କେଏମ୍ବିବି) ଇଂଜିନିୟରିଂ କଲେଜର ଦଶମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ଣ ୧୦ଟାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ କଲେଜର ନିର୍ଦେଶକ ସରୋଜ କୁମାର ପଣ୍ତା ଉତ୍ସବକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡାକ୍ତର ସୁସୀମ କୁମାର ଦାସ ଯୋଗ ଦେଇଥିଲେ। କ୍ରୀଡ଼ା ପ୍ରତିଯୋଗିତାରେ ଦୌଡ଼, ରିଲେ ରେସ୍, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଡିସକସ୍ ଥ୍ରୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣରେ ଉଦ୍ଯାପନୀ ଉତ୍ସବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲଳିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ବ୍ରଜକିଶୋର ବାରିକ ପରିଚାଳନା କରିଥିବାବେଳେ ଅଜୟ କର, ଦୁର୍ଗା ପ୍ରସାଦ କର, ଅଞ୍ଜନ ପ୍ରଧାନ, ନୟନ ରଞ୍ଜନ ପାଲ୍ ପ୍ରମୁଖ ସହଯୋଗ କରିଥିଲେ।
କେଏମ୍ବିବି ଇଂଜିନିୟରିଂ କଲେଜର ବାର୍ଷିକ କ୍ରୀଡ଼ା
Advertisment
Follow Us