ବାରଙ୍ଗ: ବେଲଗଛିଆ ପଞ୍ଚାୟତ ଅଧୀନ ନରଣପୁରସ୍ଥିତ କେଏମ୍ବିବି ଇଂଜିନିୟରିଂ ଏଣ୍ଡ ଟେକ୍ନୋଲୋଜି କଲେଜ ପରିସରରେ ନବାଗତ ବି.ଟେକ୍ ପ୍ରଥମବର୍ଷ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂ ଯୋଗ ଦେଇଥିଲେ। ଶିକ୍ଷାଲାଭ ପରେ ନିଜକୁ ରୋଜଗାରକ୍ଷମ କରାଇବା ସହ ଅନ୍ୟମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ଶ୍ରୀ ସିଂ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ରାଜ୍ୟ ସୂଚନା କମିସନର୍ ଜଗଦାନନ୍ଦ ଯୋଗଦେଇ ଜୀବନର ୫ଟି ସୋପାନ ଉପରେ ଆଲୋକପାତ କରିଥିଲେ। ସମାଜ ପ୍ରତି ନିଜର କର୍ତବ୍ୟ, ଦାୟିତ୍ୱବୋଧ ନେଇ ଯତ୍ନବାନ ହେଲେ ଛାତ୍ରଛାତ୍ରୀମାନେ ଦିନେ ନେତୃତ୍ୱ ନେବାକୁ ସକ୍ଷମ ହେବେ ବୋଲି କହିଥିଲେ। ସାଂସଦ ଶ୍ରୀ ପଟ୍ଟନାୟକ କେଏମ୍ବିବି ଭଳି ଏକ ଶୃଙ୍ଖଳିତ ଓ ଆଦର୍ଶ ଶିକ୍ଷାନୁଷ୍ଠାନରୁ ଉନ୍ନତ ଶିକ୍ଷା ଲାଭ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟନ୍ତୁ ବୋଲି କହିଥିଲେ। ସମ୍ବାଦ ଶିକ୍ଷାନୁଷ୍ଠାନ ସମୂହର ନିର୍ଦ୍ଦେଶକ ପ୍ରଫେସର ସରୋଜ ପଣ୍ଡା ପ୍ରାରମ୍ଭିକ ସୂଚନା, ଏକାଡେମିକ୍ ଡିନ୍ ପ୍ରଫେସର ବିଜୁନି ସୂତାର ଅତିଥି ପରିଚୟ ଓ ଭାଇସ୍ ପ୍ରିନ୍ସିପାଲ ପ୍ରଫେସର ସୁବ୍ରତ କବି ଧନ୍ୟବାଦ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us