ଅସରାଏ ବର୍ଷାରେ ଆଣ୍ଠୁଏ ପାଣି

ଆଗକୁ ଦଶହରା। ଏଥିପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। କିନ୍ତୁ ପାର୍ବଣ ପୂର୍ବର ଅସରାଏ ବର୍ଷା ସମସ୍ତ ପ୍ରସ୍ତୁତିକୁ ପଦାରେ ପକାଇ ଦେଇଛି। ବର୍ଷାଜଳ ନିଷ୍କାସନ ହୋଇ ନ...

Untitled-15

ଭୁବନେଶ୍ବର: ଆଗକୁ ଦଶହରା। ଏଥିପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। କିନ୍ତୁ ପାର୍ବଣ ପୂର୍ବର ଅସରାଏ ବର୍ଷା ସମସ୍ତ ପ୍ରସ୍ତୁତିକୁ ପଦାରେ ପକାଇ ଦେଇଛି। ବର୍ଷାଜଳ ନିଷ୍କାସନ ହୋଇ ନ ପାରିବା କାରଣରୁ  ବମିଖାଲରୁ ରସୁଲଗଡ଼ ରାସ୍ତାରେ ଆ‌ଣ୍ଠୁଏ ପାଣି ଲହଡ଼ି ମାରିଛି।

ଗାଡ଼ିଗୁଡ଼ିକ ଅଧାବୁଡ଼ି ଯାଇଥିଲା।  ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଆଜି ରାତି ପ୍ରାୟ ସାଢ଼େ ୮ଟା ସମୟରେ ରାଜଧାନୀରେ ପ୍ରବଳ ବ‌ର୍ଷା ହୋଇଥିଲା। ଅଧଘଣ୍ଟା ଯାଏଁ ପ୍ରବଳ ବର୍ଷା ହେବା ପରେ ଏହା ଛାଡ଼ି ‌ଯାଇଥିଲା। ବ‌ର୍ଷା ଛାଡ଼ିବା ପରେ ବିଭିନ୍ନ ସ୍ଥାନରେ ପାଣି ଜମି ଯାଇଥିଲା। ବମିଖାଲରୁ ରସୁଲଗଡ଼ ରାସ୍ତା ସହିତ ସହରର ବିଭିନ୍ନ ରାସ୍ତାରେ ପାଣି ଜମି ଯାଇଥିଲା। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇଥିଲା। ପାଣି ଛାଡ଼ିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe