ଶିଶୁମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠିଜନିତ ସମସ୍ୟା ଅଧିକ

Advertisment
ଶିଶୁମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠିଜନିତ ସମସ୍ୟା ଅଧିକ

ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠିଜନିତ ରୋଗର ଶିକାର ହେଉଛନ୍ତି। ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁମାନଙ୍କୁ ଏଭଳି ସମସ୍ୟାରୁ ଦୂରେଇ ରଖି ହେବ ବୋଲି ମତବ୍ୟକ୍ତ କରିଛନ୍ତି ଚଣ୍ଡୀଗଡ଼ସ୍ଥିତ ପୋଷ୍ଟଗ୍ରାଜୁଏଟ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ (ପିଜିଆଇଏମଆର)ର ନିର୍ଦେଶକ ପ୍ରଫେସର ସୁରଜିତ ସିଂ। ଆଇଏମଏସ ଆଣ୍ଡ ସମ୍‌ ହସ୍ପିଟାଲରେ ଇଣ୍ଡିଆନ ରୁୢମାଟୋଲୋଜି ଆସୋସିଏସନ, ଓଡ଼ିଶା ଶାଖା, ପକ୍ଷରୁ ଆୟୋଜିତ ୧୩ତମ ସମ୍ମିଳନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସିଂ ଏହି ମତ ଦେଇଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଇମ୍ୟୁନୋଲୋଜି ଆଣ୍ଡ ରୁୢମାଟୋଲୋଜି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ବରିଷ୍ଠ ଡାକ୍ତର ତଥା ଏସ୍‌ସିବି ମେଡିକାଲ କଲେଜର ରୁୢମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଦ୍ୟୁତ କୁମାର ଦାସ ଯୋଗଦେଇ ଶିଶୁମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ସାରା ଭାରତରେ ମାତ୍ର ୧୦ଟି ସରକାରୀ ମେଡିକାଲ କଲେଜରେ ରୁୢମାଟୋଲୋଜି ବିଭାଗ ରହିଥିବା ବେଳେ ପେଡିଆଟ୍ରିକ ରୁୢମାଟୋଲୋଜି କେବଳ ପିଜିଆଇ ଚଣ୍ଡୀଗଡ଼ରେ ରହିଛି। ତେଣୁ ଆଣ୍ଠୁଗଣ୍ଠି ଜନିତ ଚିକିତ୍ସା ନିମନ୍ତେ ଅଧିକ ସରକାରୀ ମେଡିକାଲ କଲେଜରେ ରୁୢମାଟୋଲୋଜି ବିଭାଗ ଖୋଲିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ଦାସ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର ଉପକୁଳପତି ତଥା ସମ୍‌ ହସ୍ପିଟାଲର ଡିନ୍‌ ପ୍ରଫେସର ଗଙ୍ଗାଧର ସାହୁ ଆଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ହିଁ ଏହି ରୋଗର ନିୟନ୍ତ୍ରଣ କରିହେବ ବୋଲି କହିଥିଲେ। ସମ୍‌ ହସ୍ପିଟାଲର ଇମ୍ୟୁନୋଲଜି ଆଣ୍ଡ ରୁୢମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ ରୋଗର ପରୀକ୍ଷଣ ଓ ଚିକିତ୍ସା ଉପରେ ଗୁରୁତ୍ବ ଦେଇଥିଲେ। ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଅରଏର ଓଡ଼ିଶା ଶାଖା ସଭାପତି ଡ. ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଚିବ ଡା. ମନୋରଞ୍ଜନ ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସୋଭେନିୟର ଏଡିଟର ପ୍ରଫେସର ରୀନା ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe