ଚନ୍ଦ୍ରଶେଖରପୁର : ଗୁଣିଆ କଥାରେ ଚୋର ଭାବି ଛୁରାମାଡ଼

ଥଣ୍ଡା ବ୍ରେଡ୍‌ ପାଇଁ ମହାଅନର୍ଥ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର, ଘର ଜଳିଗଲା

Times of India

ଚନ୍ଦ୍ରଶେଖରପୁର : ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଧୀନ ଏକ ବସ୍ତିରେ ଆଜି ବାବୁ ନାମକ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ମୋବାଇଲ୍‌ ଚୋରି କରିଥିବା ସନ୍ଦେହରେ ଫୋନ୍‌ ମାଲିକ ତାଙ୍କୁ ଛୁରାମାଡ଼ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି ଓ ପୁଲିସ ଉକ୍ତ ମାମଲାର ଛାନ୍‌ଭିନ୍ ଜାରି ରଖିଛି। ତେବେ ଛୁରାମାଡ଼ କରିବା ପରେ ଉକ୍ତ ଫୋନ୍‌ ମାଲିକ ଫେରାର୍ ହୋଇଯାଇଛି। ଜଣେ ଗୁଣିଆ କଥାରେ ଫୋନ୍‌ ମାଲିକ ଉକ୍ତ ଯୁବକଙ୍କୁ ଚୋର ଭାବି ଏହି କାଣ୍ଡ କରିଥିବାରୁ ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ, ଉକ୍ତ ବସ୍ତିରେ ଉଭୟ ଫୋନ୍ ମାଲିକ ଓ ବାବୁ ରହୁଛନ୍ତି। ଗତ କିଛି ଦିନ ପୂର୍ବେ ଉକ୍ତ ବ୍ୟକ୍ତିଙ୍କ ଘରୁ ମୋବାଇଲ୍ ଫୋନ୍‌ଟି ଚୋରି ହୋଇଥିଲା। ସେ ବାବୁ ଉପରେ ସନ୍ଦେହ କଲେ। କିନ୍ତୁ ପ୍ରମାଣ ନଥିବାରୁ କିଛି କହିପାରିଲେ ନାହିଁ। ତେଣୁ ପ୍ରମାଣ ପାଇଁ ସେ ଜଣେ ଗୁଣିଆର ଦ୍ବାରସ୍ଥ ହୋଇ ଚୋରି ବାବଦରେ କହିଥିଲେ। ସବୁ ଶୁଣିବା ପରେ ଗୁଣିଆ ବାବୁ ଆଡ଼କୁ ଇଙ୍ଗିତ କରି ଚୋରିର ପ୍ରମାଣ ଦେଇଦେଲେ। ଗୁଣିଆ କଥାକୁ ବିଶ୍ବାସ କରି ଫୋନ୍‌ ମାଲିକ ବାବୁ ଉପରେ ପ୍ରତିଶୋଧ ନେବାକୁ ଛକି ବସିଲେ। ଆଜି ବାବୁ ବସ୍ତିରେ ଏକୁଟିଆ ବସିଥିବା ମଉକାରେ ସେ ଏକ ଛୁରିରେ ତାକୁ ଅତର୍କିତ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe