ଭୁବନେଶ୍ୱର: ମଣିଷ ଅପେକ୍ଷା କଣ୍ଢେଇ ଜୀବନ୍ତ ଅଭିନୟ କରେ। ବିନା ସଂଳାପରେ ବି ସେ କଥା କୁହେ। ହଜି ଯାଉଥିବା ଏହି ଲୋକକଳାକୁ ନେଇ ଆଜି ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଭାରତୀୟ ବିଦ୍ୟାଭବନଠାରେ ଅନୁଷ୍ଠିତ ହୋଇଥିଲା ଲୁପ୍ତପ୍ରାୟ ଲୋକକଳାର ୫୫ତମ ସଂଧ୍ୟା। ଆଜିର ମୁଖ୍ୟ ଆକର୍ଷଣ ଥିଲା କଣ୍ଢେଇ ନାଟ ‘ଟାଇମିଂ ଅଫ୍ ଦି ଓ୍ଵାଇଲ୍ଡ’। କୋଲକାତା ଡଲ ଥିଏଟରର କଳାକାରମାନେ ଏହାକୁ ପ୍ରସ୍ତୁତ କରିଥିଲେ। ଶାସ୍ତ୍ରୀୟ ପଦ୍ଧତି ମାଧ୍ୟମରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂଗୀତ ଏଥିରେ ପରିବେଷିତ ହୋଇଥିଲା। ମନୁଷ୍ୟ ଏବଂ ପ୍ରାକୃତିକ ପରିବେଶ କଥାବସ୍ତୁକୁ ଏଥିରେ ପ୍ରାଥମିକତା ଦିଆଯାଇଥିଲା। ଯାହାକି ଉପସ୍ଥିତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଦେଶର ବିଭିନ୍ନ ଅଞ୍ଚଳ ସମେତ ବିଶ୍ୱର ଅନେକ ବଡ଼ ବଡ଼ ସହରରେ ୧୫ ଶହରୁ ଅଧିକ ଏହି କଣ୍ଢେଇ ନାଚ ପରିବେଷିତ ହୋଇସାରିଛି। କାର୍ଯ୍ୟକ୍ରମରେ ଅତିଥି ଭାବେ କର୍ଣ୍ଣେଲ ପି.କେ ସାହୁ, ନାଲ୍କୋର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳକ ଏସ୍.କେ ଟାମୋଟିଆ, ଜେନେରାଲ ବି.କେ ମହାପାତ୍ର ଏବଂ ମନ୍ମଥ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us