ନୂଆ ରୂପନେଉଛି କୋଟିତୀର୍ଥେଶ୍ବର-କେଦାରଗୌରୀ ରାସ୍ତା: ତଳେ ବକ୍ସ ଡ୍ରେନ୍‌, ଉପରେ ରାସ୍ତା

ଦୂର ହେବ ଜଳବନ୍ଦୀ ସମସ୍ୟା

ନୂଆ ରୂପନେଉଛି କୋଟିତୀର୍ଥେଶ୍ବର-କେଦାରଗୌରୀ ରାସ୍ତା: ତଳେ ବକ୍ସ ଡ୍ରେନ୍‌, ଉପରେ ରାସ୍ତା

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ନୂଆ ରୂପ ନେଉଛି। କେଦାରଗୌରୀ ଛକରୁ କୋଟିତୀର୍ଥେଶ୍ବର ରାସ୍ତା ଦେଇ ଶ୍ରୀଲିଙ୍ଗରାଜ ମାର୍କେଟକୁ ଯାଇଥିବା ରାସ୍ତା ତଳେ ବକ୍ସ ଡ୍ରେନ୍‌ ନିର୍ମାଣ ହେଉଛି। ରାସ୍ତାକୁ ପାଣି ଯେଭଳି ନ ଆସିବ ସେଭଳି ଲକ୍ଷ୍ୟ ରଖି ଏହି ନୂତନ ବକ୍ସ ଡ୍ରେନ୍‌ ନିର୍ମାଣ ହେଉଛି। ଆଗକୁ ବର୍ଷା ଆସୁଛି। ପ୍ରତ୍ୟେକ ବର୍ଷାରେ ଏହି ଅଞ୍ଚଳ ଜଳମଗ୍ନ ହୋଇ ପଡ଼ୁଥିବାରୁ ଏଭଳି ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ବର୍ଷା ଦିନେ ପାଣି ରାସ୍ତାକୁ ନଆସିବା ପାଇଁ ଏଠାରେ ଦୁଇଟି ଡ୍ରେନ୍‌ ତିଆରି କାମ ଚାଳିଛି। କିନ୍ତୁ ଏହି ବକ୍ସ ଡ୍ରେନ୍‌ ଉପରେ ଗାଡ଼ି ମଟର ଯିବା ଆସିବା କରିବ। ଯାହା ଫଳରେ ଲିଙ୍ଗରାଜ ମାର୍କେଟ ନିକଟରୁ ସାନେଟୋରିୟମ ଛକ ନିକଟ ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡକୁ ପର୍ଯ୍ୟଟକ ସୁବିଧାରେ ଯାଇ ପାରିବ। ରାସ୍ତା କଡ଼ରେ ମେଘନାଦ ପାଚେରି, ପଥଚାରୀ ରାସ୍ତା ଓ ଡ୍ରେନ୍‌ କାମ ଆରମ୍ଭ ହୋଇଛି। ଏହି ରାସ୍ତାରେ ପଥରେ ଖଞ୍ଜାଯାଇ କରାଯାଇ ୨୦ପୁଟିଆ ପାଚେରି କାମ ଶେଷ ହୋଇଛି। ସେଠାରେ ରହୁଥିବା ଲୋକଙ୍କ କାନ୍ଥ ବର୍ଷ‌ାରେ ନଭୁଶୁଡ଼ିବା ପାଇଁ ପାଚେରି ଉଚ୍ଚା କରାଯିବା ସହ ବାଲି ଫିଲିଂ କରାଯାଇଛି। ଯାହା ଫଳରେ ଉଚ୍ଚା ଘରଗୁଡ଼ିକ ସୁରକ୍ଷିତ ରହିବ। ବର୍ଷା ପାଣି ଜମି ନ ରହି ପଥର ମଝିରେ ତଳକୁ ଖସିଯିବ। ବର୍ଷା ପାଣି ମାଟିତଳକୁ ଯାଇ ଭୂତଳ ଜଳସ୍ତର ବଢ଼ାଇବା ପାଇଁ ପେଭର୍‌ ବ୍ଲକ୍‌ ବିଛାଯିବ। ଏକାମ୍ର ବିକାଶ ଯୋଜନାରେ ଏହି କାର୍ଯ୍ୟ କରାଯାଉଛି ବୋଲି ଓବିସିସି ପରିଚାଳନା ନିର୍ଦେଶକ ଜୟକୃଷ୍ଣ ଦାସ କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟ ଡ୍ରେନ୍ ନଂ.୭ ଓୟୁଏଟି ନିକଟରୁ ବାହାରି ବିମାନବନ୍ଦର କଡ଼, ନବୀନ ନିବାସ, ପୁରୁଣା ଭୁବନେଶ୍ବରର ସାନେଟୋରିୟମ୍‌ ଛକ, ‌କେଦାରଗୌରୀ ଛକ, କୋଟିତୀର୍ଥେଶ୍ବର ଗଳି ଦେଇ ଜଳେଶ୍ବର ମନ୍ଦିର କଡ଼ରେ ଗଙ୍ଗୁଆରେ ମିଶିଛି। ବିଏମ୍‌ସି ପକ୍ଷରୁ କେଦାରଗୌରୀ ଛକରୁ ଏହାକୁ ଭାଙ୍ଗି କେଦାରଗୌରୀ ମନ୍ଦିର କଡ଼ରେ ଲୁଇସ୍‌ ରୋଡ଼୍‌କୁ ଛଡ଼ାଯିବା ଯୋଜନା ରହିଥିଲା। ହେଲେ ପରବର୍ତ୍ତୀ ସମୟରେ ଡ୍ରେନ୍‌ ଯେଉଁ ପଟେ ଯାଇଥିଲା ଏହାର କଡ଼ରେ ବକ୍ସ ଡ୍ରେନ୍‌ ପ୍ରସ୍ତୁତ କରାଯାଉଛି। ଆବଶ୍ୟକ ପଡ଼ିଲେ ଜମି ଅଧିଗ୍ରହଣ କରି କୋଟିତୀର୍ଥେଶ୍ବର ରାସ୍ତା ନିକଟରୁ ଲୁଇସ୍‌ ରୋଡ୍‌ ଆଡ଼କୁ ଡ୍ରେନ୍‌ ଅଧିକ ଚଉଡ଼ା କରାଯାଇ ଅପରପାର୍ଶ୍ବରେ ନେବାକୁ ଯୋଜନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe