କୃପାସାଗର ସାହୁଙ୍କ ୭୦ତମ ଜନ୍ମବାର୍ଷିକୀ: ‘ଷାଠିଏରୁ ସତୁରି’ ଓ ‘ମହାମୋକ୍ଷ’ ଲୋକାର୍ପିତ

Advertisment
କୃପାସାଗର ସାହୁଙ୍କ ୭୦ତମ ଜନ୍ମବାର୍ଷିକୀ: ‘ଷାଠିଏରୁ ସତୁରି’ ଓ ‘ମହାମୋକ୍ଷ’ ଲୋକାର୍ପିତ

ଭୁବନେଶ୍ୱର: କଥାକାର କୃପାସାଗର ସାହୁଙ୍କ ୭୦ତମ ଜନ୍ମବାର୍ଷିକୀ ଉପଲକ୍ଷେ କୁସୁମିତା ପବ୍ଲିକେସନ୍‌ ପକ୍ଷରୁ ପ୍ରକାଶିତ ଗୌରବ ଗ୍ରନ୍ଥ ‘ଷାଠିଏରୁ ସତୁରି’ ଓ ତୀରତରଙ୍ଗ ପକ୍ଷରୁ ପ୍ରକାଶିତ ଉପନ୍ୟାସ ‘ମହାମୋକ୍ଷ’ ଲୋକାର୍ପିତ ହୋଇଯାଇଛି। ଚନ୍ଦ୍ରଶେଖରପୁର, ଡିଷ୍ଟ୍ରିକ୍ଟ୍ ସେଣ୍ଟର୍‌ସ୍ଥିତ ଦି ଆକୋ ସଭାକକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶାସକ ରବିନାରାୟଣ ସେନାପତି ଯୋଗଦେଇ କହିଲେ, ଶ୍ରୀ ସାହୁଙ୍କ ଗଳ୍ପ, କବିତା ଓ ଉପନ୍ୟାସରେ ଗ୍ରାମାଞ୍ଚଳର ଚିତ୍ର, ପରିବେଶ ସଚେତନତା ଓ ନିଆରା ଚିତ୍ରକଳ୍ପ ପାଠକଙ୍କୁ ଆକର୍ଷିତ କରେ। ସମାଜସେବୀ ପଦ୍ମଲୋଚନ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ସାହୁଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ସାହିତ୍ୟିକ ପୀତବାସ ରାଉତରାୟ ‘ମହାମୋକ୍ଷ’ର ସମୀକ୍ଷା କରିଥି‌ଲେ।

ଏମ୍‌ସ୍ ଉପଦେଷ୍ଟା ଡା. ଅଶ୍ୱିନୀ ପ୍ରସାଦ ପଟ୍ଟନାୟକ ଏବଂ କିମ୍‌ସ୍‌ର ପ୍ରଶାସକ ଡା. ମୁକୁନ୍ଦ ଚନ୍ଦ୍ର ସାହୁ କ୍ୟାନ୍‌ସର୍ ରୋଗର ଦ୍ରୁତ ଅଭିବୃଦ୍ଧିର କାରଣ ଦର୍ଶାଇବା ସହ କ୍ୟାନ୍‌ସର୍ ଉପରେ ଲିଖିତ ଏହି ଉପନ୍ୟାସର ପ୍ରଶଂସା କରିଥିଲେ। ରମାଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା କବୀ ସଂଘମିତ୍ରା ଭଞ୍ଜ ଯୋଗଦେଇ ଶ୍ରୀସାହୁଙ୍କର ଉପନ୍ୟାସରେ ମାଟିମନସ୍କତା ଏବଂ ଅନନ୍ୟ ଶୈଳୀ ଉପରେ ଆଲୋଚନା କରିଥିଲେ। ପ୍ରକାଶିକା ଗାଳ୍ପିକା ବନ୍ଦନା ମିଶ୍ର ପୁସ୍ତକର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ। ପ୍ରାବନ୍ଧିକା ବାସନ୍ତୀ ମହାନ୍ତି, କବି ନିରାକାର ଦାସ, ସୁରେଶ ଚନ୍ଦ୍ର ମହାପାତ୍ର, ରାଧାମୋହନ ମହାପାତ୍ର, ବନମାଳୀ ପାଣିଗ୍ରାହୀ, କଳ୍ପଲତା ପାତ୍ର, ନବକିଶୋର ମିଶ୍ର, ଗାଳ୍ପିକ କିଶୁ ପୃଷ୍ଟି, ବାଙ୍କନିଧି ମହାରଣା, କବି ଯଶୋବନ୍ତ ସେଠୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ। ଅଧ୍ୟାପିକା ଝାନ୍‌ସୀ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷାବିତ୍ ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଦେଇଥିଲେ। ପରେ ଅନୁଷ୍ଠିତ ସମ୍ବର୍ଧନା ସଭାରେ ଶ୍ରୀ ସାହୁଙ୍କ ଧର୍ମପତ୍ନୀ ଅସୀମା ସାହୁ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe