TellyChakkar
ଚନ୍ଦ୍ରଶେଖରପୁର: ବଲିଉଡ୍ ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକ ଭୁବନେଶ୍ବର ଆସିବେ। ଆସନ୍ତାମାସ ପ୍ରଥମ ସପ୍ତାହରେ ସେ ଭୁବନେଶ୍ବର ଆସି ଏକ ଚଳଚ୍ଚିତ୍ରରେ ଅଭିନୟ କରିବେ। ତାଙ୍କୁ ଓଲିଉଡ୍ର ଏକ ନୂଆ ଚଳଚ୍ଚିତ୍ର ‘ମାମା ୱେଡସ୍ ପାପା’ର ଏକ ଗୀତରେ ଅଭିନୟ କରିବା ପାଇଁ ନିମନ୍ତ୍ରଣ କରାଯାଇଛି। ଫିଲ୍ମ ସୁଟିଂ ପାଇଁ ସେ ଏଠାରେ ଦୁଇ ତିନି ଦିନ ରହିବେ ବୋଲି ଜଣାପଡ଼ିଛି। ଚଳଚ୍ଚିତ୍ରର ନିର୍ଦେଶକ ଅପୁ କାନୁନ୍ଗୋ ତାଙ୍କୁ ମୁମ୍ବାଇରେ ସାକ୍ଷାତ କରି ଅନୁମତି ଆଣିଛନ୍ତି। କ୍ରିଷ୍ଣା ପ୍ରଥମ ଥର ପାଇଁ ଓଡ଼ିଶା ଆସୁଥିବାରୁ ଜଗନ୍ନାଥ ଦର୍ଶନ କରିବା ନେଇ ବେଶ୍ ଉତ୍ସାହିତ ଥିବା ଜଣାଇଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି ଦୀପିକା ଓ ଋଷି।
Follow Us