ଗୁପ୍ଚୁପ୍ ତ’ ଆପଣ ନିଶ୍ଚୟ ଖାଇଥିବେ। କିନ୍ତୁ ଏକାସାଙ୍ଗରେ ୬ପ୍ରକାର ସ୍ୱାଦିଷ୍ଟ ଖଟା ପାଣି ଗୁପ୍ଚୁପ୍ କେବେ ଖାଇଛନ୍ତି କି? ଏଭଳି ସ୍ୱାଦିଷ୍ଟ ଗୁପ୍ଚୁପ୍ ଦ୍ୱାରା ଆପ୍ୟାୟିତ କରନ୍ତି କ୍ରିଷ୍ଣା। ଜୟଦେବ ବିହାରସ୍ଥିତ ବିଜୁ ପଟ୍ଟନାୟକ କଲେଜ ରାସ୍ତାରେ ରହିଛି ତାଙ୍କର ଏହି ଷ୍ଟଲ। ଖଟା, ମିଠା, ଲୁଣରେ ବିଭିନ୍ନ ପ୍ରକାର ଗୁପଚୁପ ପରଷି ଦିଅନ୍ତି କ୍ରିଷ୍ଣା ଭାଇ। ପାଟିକୁ ଯେପରି ସ୍ୱାଦିଷ୍ଟ ସେହିପରି ଦେହ ପାଇଁ ହିତକର। ଆଳୁ, ପିଆଜ, ଲଙ୍କା, ଧନିଆ ପତ୍ର, ଚାଟ୍ ମସଲା, ବାଦାମ ଆଦିକୁ ମିଶାଇ ଚଟଣୀ ପ୍ରସ୍ତୁତ କରନ୍ତି। ତାହା ସହିତ ଦହି ପାଣି, ତେନ୍ତୁଳିି ଖଟା ପାଣି, ଜଲ୍ଜିରା ପାଣି, ପୁଦିନା ପାଣି, ଜୁଆଣି ପାଣି ଓ ଅଁଳା ପାଣିକୁ ଦେଇ ଗ୍ରାହକଙ୍କୁ ପରଷିଥାନ୍ତି। ୬ଟି ଗୁପ୍ଚୁପ୍ର ଦାମ ରହିଛି ୧୦ ଟଙ୍କା। ୬ ଥର ୬ ପ୍ରକାର ପାଣିକୁ ପାଳି ପାଳି କରି ପରଷନ୍ତି। ଜଣେ ଗ୍ରାହକ ରମେଶ ସାହୁ କହନ୍ତି, ଖାଇଲା ବେଳେ ଲାଗୁଛି ଯେମିତି ଅମିତାଭ ବଚନଙ୍କ କେବିସି ଖେଳିଲା ପରି। ଅପସନ୍ ଦିଆଯାଉଛି ଆପଣ କେଉଁ ପାଣିର ସ୍ୱାଦ ନେବାକୁ ଚାହୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us