ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଡ଼ୋ ସଂଘ ପ୍ରତିନିଧି

Advertisment

ଓଡ଼ିଶା କୁଡୋ ସଂଘ ସଦସ୍ୟ, ପ୍ରଶିକ୍ଷକ ଓ ଖେଳାଳିଙ୍କ ସମେତ ୭୦ ଜଣ ଶୁକ୍ରବାର ଲୋକସଭା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶାର ଅନେକ ଜିଲ୍ଲାରେ ଏହି ଖେଳ ପାଇଁ ତାଲିମ୍ ଦିଆଯାଉଛି।

ଓଡ଼ିଶା କୁଡୋ ସଂଘ ସଦସ୍ୟ, ପ୍ରଶିକ୍ଷକ ଓ ଖେଳାଳିଙ୍କ ସମେତ ୭୦ ଜଣ ଶୁକ୍ରବାର ଲୋକସଭା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶାର ଅନେକ ଜିଲ୍ଲାରେ ଏହି ଖେଳ ପାଇଁ ତାଲିମ୍ ଦିଆଯାଉଛି।

dgdgvccv

ଭୁବନେଶ୍ୱର: ଓଡ଼ିଶା କୁଡୋ ସଂଘ ସଦସ୍ୟ, ପ୍ରଶିକ୍ଷକ ଓ ଖେଳାଳିଙ୍କ ସମେତ ୭୦ ଜଣ ଶୁକ୍ରବାର ଲୋକସଭା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶାର ଅନେକ ଜିଲ୍ଲାରେ ଏହି ଖେଳ ପାଇଁ ତାଲିମ୍ ଦିଆଯାଉଛି। ଏଣୁ ରାଜ୍ୟରେ କୁଡୋ ଖେଳର ପ୍ରସାର ଓ ମାନ୍ୟତା ଦେବା ପାଇଁ ଏହି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ଖେଳାଳିଙ୍କ ସହ କଥା ହୋଇ ସେମାନଙ୍କୁ ଅଭ୍ୟାସ ଜାରି ରଖିବାପାଇଁ କହିଥିଲେ ଏବଂ ଏହି କ୍ରୀଡ଼ାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାପାଇଁ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କୁଡୋ ଖେଳାଳିଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ଓଡ଼ିଶା କୁଡୋ ସଂଘର ମୁଖ୍ୟ ପ୍ରଶିକ୍ଷକ ନିତାଇ ଶଙ୍କର ଗୁଇଁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, କୁଡୋ ଏକ ପ୍ରକାର ମିଶ୍ରିତ ସାମରିକ କଳା, ଯାହା ଜୁଡୋ-କରାଟେ-ଟାଏକୋଣ୍ଡୋ ଖେଳର ସମାହାର। ଏହି ଖେଳ ଭାରତର ବିଭିନ୍ନ ରାଜ୍ୟ ସମେତ ବିଦେଶରେ ମଧ୍ୟ ଅନେକ ପ୍ରସିଦ୍ଧି ଲାଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe