ଜଳିଗଲା କୁଦପାଟଣା ଗ୍ରାମ୍ୟ ଜଙ୍ଗଲ

Advertisment
ଜଳିଗଲା କୁଦପାଟଣା ଗ୍ରାମ୍ୟ ଜଙ୍ଗଲ

ବାଲିପାଟଣା : ଗୁରୁବାର ସ୍ଥାନୀୟ ଆମେଣାକୁଦ ପଞ୍ଚାୟତ କୁଦପାଟଣା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ବହୁତ ଗଛ ଜଳିଯାଇଛି। ବାଲିପାଟଣା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ବି ପ୍ରାୟ ୨ ଏକର ଜଙ୍ଗଲ ପୋଡ଼ି ଯାଇଛି। ତେବେ ସୌଭାଗ୍ୟକୁ ଜଙ୍ଗଲକୁ ଲାଗିକରି ଥି‌‌ଲେ ବି ନିଆଁ ଦାଉରୁ ଗାଁ ରକ୍ଷା ପାଇଯାଇଛି। ସୂଚନାନୁସାରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ କୁଦପାଟଣା ରାସ୍ତା କଡ଼ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଶୁଖିଲା ଡାଳ ପତ୍ରରେ ନିଆଁ ଧରି ଦ୍ରୁତବେଗରେ ବ୍ୟାପିଥିଲା। ଫଳରେ ବହୁ ଆକାଶିଆ ଓ ଚାକୁଣ୍ଡା ଗଛ ଠିଆରେ ଜଳିଥିଲା। ଅଗ୍ନିଶମ ବାହିନୀ ଠିକଣା ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ କୁଦପାଟଣା ଗାଁ ବର୍ତ୍ତି ଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ସେହିପରି ଅପରାହ୍ନ ୫ ଟାବେଳେ ରାଜସ ଗାଁ ନିକଟରେ ଥିବା ଏକ ବାଉଁଶ ଜଙ୍ଗଲରେ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe