କୁମାର ସାନୁଙ୍କ ସଙ୍ଗୀତ ସନ୍ଧ୍ୟା ଦିନେ ଘୁଞ୍ଚିଲା

Advertisment

ଆଜି ଉତ୍କଳ ମଣ୍ଡପରେ ହେବ

ଆଜି ଉତ୍କଳ ମଣ୍ଡପରେ ହେବ

କୁମାର ସାନୁଙ୍କ ସଙ୍ଗୀତ ସନ୍ଧ୍ୟା ଦିନେ ଘୁଞ୍ଚିଲା

ଭୁବନେଶ୍ବର: ବାଲେଶ୍ବରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଆଜି ଉତ୍କଳ ମଣ୍ଡପରେ ହେବାକୁ ଥିବା କୁମାର ସାନୁଙ୍କ ଲାଇଭ୍‌ କନ୍‌ସର୍ଟ ‘ସାଉଣ୍ଡ୍‌ ଅଫ୍‌ ସୋଲ୍‌’ର ଓଡ଼ିଶା ସଂସ୍କରଣକୁ ଗୋଟିଏ ଦିନ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି (ରବିବାର) ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହେବ। ଟିମ୍‌ ଇନ୍‌ଫ୍ରାକନ୍‌ ଓ ନେଷ୍ଟ୍‌ ଲିଜର୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଆଜି ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ରାଜ୍ୟବାସୀଙ୍କ ଭ‌ାବନାକୁ ସମ୍ମାନ ଜଣାଇ ଓ ଦୁର୍ଘଟଣାରେ ଶିକାର ଲୋକମାନଙ୍କୁ ସ‌ମ‌ବେଦନା ଜଣାଇ ଏହି କାର୍ଯ୍ୟକ୍ରମକୁ ଗୋଟିଏ ଦିନ ସ୍ଥଗିତ ରଖାଯାଇଛି।

ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ସଙ୍ଗୀତଜ୍ଞ କୁମାର ସାନୁ ମଧ୍ୟ ଏହି ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ସଂଧ୍ୟା ସାଢ଼େ ୬ଟାରେ ଉତ୍କଳ ମଣ୍ଡପରେ ଲାଇଭ୍‌ କନ୍‌ସର୍ଟ ଅନୁଷ୍ଠିତ ହେବ ଓ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ ବୋଲି ଟିମ୍‌ ଇନ୍‌ଫ୍ରାକନ୍‌ର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe