ଚନ୍ଦ୍ରଶେଖରପୁର: ସତ୍ୟବିହାର ଜାଭିଅର୍ ସ୍କୁଲ୍ ନିକଟରେ ଏକ ସେପ୍ଟିକ୍ ଟାଙ୍କି ଭିତରେ ପଶି କାଠ ପଟା ଖୋଲୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଆଜି ସକାଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, କେନ୍ଦୁଝର ଜିଲ୍ଲାର ସଂଜୟ ମହାନ୍ତି (୪୭)। କାହାରିକୁ ସାଥୀରେ ନନେଇ ସଂଜୟ ଏକୁଟିଆ ପଟା ଖୋଲିବା ନିମନ୍ତେ ନୂଆ ପାଇଖାନା ଟାଙ୍କିକୁ ପଶିଥିଲେ। ଭିତରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ୍ କହିଛି। ତେବେ କିଛି ସମୟ ପରେ ସଂଜୟଙ୍କୁ ନପାଇ ତାଙ୍କୁ ଖୋଜିଥିଲେ ସାଥୀ ଶ୍ରମିକ। ମାତ୍ର ନ ପାଇବାରୁ ତାଙ୍କୁ ଫୋନ୍ କରିଥିଲେ। ତେବେ ପାଇଖାନା ଟାଙ୍କି ଭିତରେ ସଂଜୟଙ୍କ ମୋବାଇଲ୍ ରିଙ୍ଗ୍ ହେବାରୁ ସେ ଟାଙ୍କି ଭିତରକୁ ଯାଇଥିବା ପ୍ରାୟ ୩ଘଣ୍ଟା ପରେ ଜଣା ପଡ଼ିଥିଲା। ପରେ ଦମକଳ ବାହିନୀ ଓ ମଞ୍ଚେଶ୍ୱର ଥାନାକୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ବିଭାଗ ସହାୟତାରେ ସଂୟଜଙ୍କ ଶବକୁ ଉଦ୍ଧାର କରିଥିଲା। ମୃତକଜଣଙ୍କ ରାଜମିସ୍ତ୍ରୀ ଭାବରେ କାର୍ଯ୍ୟ କରିବା ସହ ଚନ୍ଦ୍ରଶେଖରପୁର ଇଶାନେଶ୍ୱର ବସ୍ତିରେ ନିଜ ପତ୍ନୀ ଓ ୩ ପିଲାଙ୍କ ସହ ରହୁଥିଲେ। ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍କୁ ପଠାଇଛି। ଏନେଇ ମଞ୍ଚେଶ୍ୱର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତକଜଣଙ୍କୁ ସହାୟତା ପାଇଁ ଦାବି ହୋଇଛି।
ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଶ୍ରମିକ ମୃତ
Advertisment
Follow Us