ପଶ୍ଚିମବଙ୍ଗ ଶ୍ରମିକଙ୍କୁ ସମ୍ଭାଳି ପାରୁନି ବିଏମ୍‌ସି, ସଙ୍ଗରୋଧରେ ନ ରହି ବୁଲୁଛନ୍ତି

Advertisment
ଲକ୍‌ଡାଉନ୍ ଯୋଗୁଁ ୩୦% ଲୋକେ ଜୀବିକା ହରାଇଛନ୍ତି

ଚନ୍ଦ୍ରଶେଖରପୁର : ଗୃହ ସଙ୍ଗରୋଧରେ ନରହି ପଟିଆ ଶ୍ରୀବିହାର ଅଞ୍ଚଳରେ ବୁଲୁଛନ୍ତି ଶ୍ରମିକ। ସେମାନଙ୍କ ମଧ୍ୟରେ କିଛି ପଶ୍ଚିମବଙ୍ଗ ଶ୍ରମିକ ଅସୁସ୍ଥ ଥିଲେ। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଗତକାଲି ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ପ୍ରାୟ ୫୦ରୁ ଅଧିକ ଶ୍ରମିକଙ୍କ ମଧ୍ୟରୁ ୧୪ଜଣଙ୍କୁ ଜ୍ବର ହୋଇଥିବାରୁ ସେଠାରେ ରହୁଥିବା ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନେ କାମ କରୁଥିବା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ ହୋମ୍‌ କ୍ବାରାଣ୍ଟିନରେ ରହିବା ପାଇଁ ବିଏମ୍‌ସି ପରାମର୍ଶ ଦେଇଥିଲା। ସେମାନେ ରହୁଥିବା ନିର୍ମାଣାଧୀନ ଆପାର୍ଟମେଣ୍ଟକୁ ବିଏମ୍‌ସି ସିଲ୍ କରିଥିଲା। ସେମାନଙ୍କ ସ୍ବାସ୍ଥ୍ୟ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସେହି ସ୍ଥାନରୁ ବାହାରିବେ ନାହିଁ ବୋଲି ତାଗିଦ କରି କୁହାଯାଇଥିଲା। ଶ୍ରମିକମାନେ କିନ୍ତୁ କଥା ମାନିବାକୁ ନାରାଜ। ସେମାନେ କାହାକଥା ନମାନି ଆଜି ସକାଳେ ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଗଣମାଧ୍ୟମକୁ ସୂଚନା ଦେବା ସହିତ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ।

ଅନ୍ୟପକ୍ଷରେ ଶ୍ରମିକମାନେ କହିଥିଲେ ଆପାର୍ଟମେଣ୍ଟକୁ ସିଲ୍ କରି ବିଏମ୍‌ସି ଲୋକଙ୍କ ଦାୟିତ୍ବ ନେଉନଥିବାରୁ ସେମାନଙ୍କର ଅତ୍ୟାବଶ୍ୟକ ନିଜିଷପତ୍ର ପାଇଁ ଅସୁବିଧା ହେଉଛି। ତେଣୁ ବାଧ୍ୟହୋଇ ବାହାରକୁ ବାହାରିବା ପାଇଁ ପଡ଼ୁଛି। କାମ ନକଲେ ସେମାନଙ୍କୁ କିଏ ଖାଇବା ପାଇଁ ଦେବ ବୋଲି ମଧ୍ୟ ଶ୍ରମିକମାନେ ପ୍ରଶ୍ନ କରିଛନ୍ତି। ଅମାନିଆ ଶ୍ରମିକମାନଙ୍କୁ ବୁଝାଇବା ପାଇଁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହରା ଦେବା ଆରମ୍ଭ କରିଛି। ଅନ୍ୟପକ୍ଷରେ ଅତ୍ୟାବଶ୍ୟକ ଜିନିଷ ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe