ଆଧାରକାର୍ଡ ସାଜୁଛି ବାଧକ: ୯୦ ପ୍ରବାସୀ ଶ୍ରମିକ ଶିଶୁଙ୍କୁ ମିଳୁନି ପୋଷଣ ଖାଦ୍ୟ

Advertisment

ଅପପୁଷ୍ଟି ବିରୋଧରେ ଏମିତି ଲଢ଼ୁଛି ଓଡ଼ିଶା

ଅପପୁଷ୍ଟି ବିରୋଧରେ ଏମିତି ଲଢ଼ୁଛି ଓଡ଼ିଶା

ଆଧାରକାର୍ଡ ସାଜୁଛି ବାଧକ: ୯୦ ପ୍ରବାସୀ ଶ୍ରମିକ ଶିଶୁଙ୍କୁ ମିଳୁନି ପୋଷଣ ଖାଦ୍ୟ

Zee News

ଭୁବନେଶ୍ବର: ଅପପୁଷ୍ଟି ବିରୋଧରେ ଲଢ଼େଇ କରୁଛି ଓଡ଼ିଶା। ଏଥିପାଇଁ ଯୋଜନା ପ୍ରସ୍ତୁତ ହେଉଛି। ମାତ୍ର ସାମାନ୍ୟ ଆଧାରକାର୍ଡ ନଥିବାରୁ ରାଜଧାନୀର ବାଲିଅନ୍ତା ବ୍ଲକ୍‌ରେ ଇଟାଭାଟିରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକ ପରିବାରର ପ୍ରାୟ ୯୦ ଶିଶୁଙ୍କୁ ମିଳୁନି ସମନ୍ବିତ ଶିଶୁ ବିକାଶ ଯୋଜନା ପକ୍ଷରୁ ଦିଆଯାଉଥିବା ପୋଷଣଯୁକ୍ତ ଖାଦ୍ୟ। ଏ ସଂକ୍ରାନ୍ତରେ ସାମାଜିକ ସଙ୍ଗଠନ ଆଡ୍‌ ଆଟ ଏକ୍ସନ ପକ୍ଷରୁ ଖୋର୍ଧା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

ସୂଚନା ଅନୁଯାୟୀ, ବାଲିଅନ୍ତାରେ ଥିବା ୮ ଇଟାଭାଟିରେ ୩୮୦ ପ୍ରବାସୀ ଶ୍ରମିକ ପରିବାର କାର୍ଯ୍ୟ କରୁଛନ୍ତି। ଏମାନେ ସମସ୍ତେ ଗଞ୍ଜାମ, ବଲାଙ୍ଗୀର, ମୟୂରଭଞ୍ଜ, ଛତିଶଗଡ଼, ବିହାର, ଝାରଖଣ୍ଡ ଆଦିରୁ ଆସିଛନ୍ତି। ନଭେମ୍ବରରେ ଆସି ମେ’, ଜୁନ୍‌ ମାସରେ ଚାଲି ଯାଆନ୍ତି। ୨୦୨୧ ମସିହାରେ ଆସିଥିବା ପରିବାରଙ୍କ ମଧ୍ୟରେ ୦-୩ବର୍ଷର ୧୫୦ ଶିଶୁ ଅଛନ୍ତି। ନିୟମ ଦୃଷ୍ଟିରୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ସେମାନଙ୍କୁ ଛତୁଆ, ଅଣ୍ଡା ଦିଆଯିବା କଥା। ପ୍ରବାସୀ ଶ୍ରମିକ ଶିଶୁଙ୍କ ପାଇଁ ଏହାର ଆବଶ୍ୟକତା ମଧ୍ୟ ରହିଛି।

ପ୍ରତିବର୍ଷ ସେମାନଙ୍କୁ ମିଳୁଥିଲା ମଧ୍ୟ। କିନ୍ତୁ ଚଳିତ ବର୍ଷ ଏହା ହୋଇ ପାରୁନାହିଁ। ଏହାକୁ ନେଇ ଆଡ ଆଟ ଏକ୍ସନ ହସ୍ତକ୍ଷେପ ପରେ ଜାଣିବାକୁ ପାଇଥିଲା ଯେ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନର ଟ୍ରାକିଂ ପାଇଁ ପୋଷଣ ଆପ୍‌ ପ୍ରସ୍ତୁତ ହୋଇଛି। ଏହି ଆପ୍‌ରେ ପଞ୍ଜୀକରଣ ପାଇଁ ଆଧାର ନମ୍ବର ଏବଂ ଫୋନ୍‌ ନମ୍ବର ପ୍ରଦାନ ବାଧ୍ୟତାମୂଳକ। ବାଲିଅନ୍ତାରେ ରହୁଥିବା ଏହି ପ୍ରବାସୀ ଶ୍ରମିକ ଶିଶୁଙ୍କ ପାଖରେ ଆଧାରକାର୍ଡ ଏବଂ ଅନେକ ବ୍ୟକ୍ତିଙ୍କ ପାଖରେ ଫୋନ୍‌ ମଧ୍ୟ ନାହିଁ। ତେଣୁ ଆପ୍‌ରେ ପଞ୍ଜୀକରଣ ହୋଇପାରୁନାହାନ୍ତି। ତେଣୁ ସେମାନଙ୍କୁ ଖାଦ୍ୟ ମିଳୁନାହିଁ। ଅନେକ ପ୍ରଚେଷ୍ଟା ପରେ ଚଳିତ ମାସରୁ ୧୫୦ରୁ ୬୦ପିଲାଙ୍କ ଆଧାରକାର୍ଡ ପ୍ରସ୍ତୁତ ହୋଇ ପୋଷଣ ଖାଦ୍ୟ ବ୍ୟବସ୍ଥା ହୋଇଛି। କିନ୍ତୁ ବାକି ପିଲା ବର୍ତ୍ତମାନ ମଧ୍ୟ ଏଥିରୁ ବଞ୍ଚିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe