ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ମୃତ୍ୟୁ ମାମଲା : ଜେଲ୍‌ରେ ଜେରା ହେବେ ପୁରୁଷ ବନ୍ଧୁ ବିକ୍ରମ

ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ମୃତ୍ୟୁ ମାମଲା : ଜେଲ୍‌ରେ ଜେରା ହେବେ ପୁରୁଷ ବନ୍ଧୁ ବିକ୍ରମ

Dailyhunt

ଭୁବନେଶ୍ବର : ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ଘଟଣାକୁ ସାଢ଼େ ତିନି ମାସ ବିତିଗଲାଣି। କିନ୍ତୁ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ଫେଲ୍ ମାରିଛି ପୁଲିସ। ଦୀପାଳିଙ୍କ ଆତ୍ମହତ୍ୟା ପଛରେ ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କ ଭୂମିକା କ’ଣ ରହିଛି, ତାହା ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପୁଲିସ। ଖୁବ୍‌ଶୀଘ୍ର ପୁଲିସ ଝାରପଡ଼ା ଜେଲ୍‌କୁ ଯାଇ ସେଠାରେ ବିକ୍ରମଙ୍କୁ ଜେରା କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ପୁଲିସ କୋର୍ଟରେ ଆବେଦନ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କୋର୍ଟଙ୍କ ଅନୁମତି ମିଳିବା ପରେ ପୁଲିସ ଜେରା କରିବ। ଏହି ସମ୍ବେଦନଶୀଳ ମାମଲାରେ ସତର୍କତାର ସହ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛି ପୁଲିସ। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ବିକ୍ରମଙ୍କୁ ରିମାଣ୍ଡରେ ନ ଆଣି ଜେଲ୍ ଭିତରେ ଜେରା କରିବାକୁ ନିଷ୍ପତ୍ତି ହୋଇଛି।

ଦୀପାଳିଙ୍କ ଆତ୍ମହତ୍ୟା ପଛରେ କ’ଣ ରହିଛି କାରଣ? ଦୀପାଳି ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି, କିନ୍ତୁ ମୃତ୍ୟୁ ପୂର୍ବରୁ ବିକ୍ରମ ସେହି ରୁମ୍‌ରେ ଥିବାରୁ ଉଭୟଙ୍କ ଭିତରେ କ’ଣ ଘଟିଥିଲା? ନିର୍ଦ୍ଦିଷ୍ଟ କାରଣକୁ ନେଇ ଉଭୟଙ୍କ ଭିତରେ ଦୀର୍ଘ ଦିନ ଧରି ବିବାଦ ରହିଥିଲା କି? କେବଳ ବିକ୍ରମ ହିଁ ଏହି ରହସ୍ୟର ଉନ୍ମୋଚନ କରିପାରିବ ବୋଲି ଆଶା ବାନ୍ଧିଛି ପୁଲିସ। ତଦନ୍ତ ପ୍ରକ୍ରିୟା ସାରି ଶୀଘ୍ର ଚାର୍ଜସିଟ୍ ଦାଖଲ କରିବାକୁ ପୁଲିସ ଲକ୍ଷ୍ୟ ରଖିଛି। ୨୦୧୯ ଅକ୍ଟୋବର ୨୧ ତାରିଖରେ ଲିଙ୍ଗିପୁରସ୍ଥିତ ଭ଼ଡା ଘରେ ଆଇନଜୀବୀ ଦୀପାଳି ଆତ୍ମହତ୍ୟା କରିଥିଲେ। ଏହାର କିଛି ସମୟ ପୂର୍ବରୁ ପୁରୁଷ ବନ୍ଧୁ ବିକ୍ରମ ସେଠାକୁ ଆସିଥିଲେ। ଦୀପାଳିଙ୍କ ମୃତ୍ୟୁ ପାଇଁ ବିକ୍ରମ ଦାୟୀ ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe